ରାୟଗଡା / ରବିନ୍ଦ୍ର କୁମାର ସାହୁ : ଏମ୍.ଆଇ.ଟି ସ୍କୁଲ୍ ଅଫ ଗମେଣ୍ଟ ମୁମ୍ବାଇ ରେ ଆୟୋଜିତ ତିନି ଦିନିଆ ରାଷ୍ଟ୍ରୀୟ ବିଧାୟକ ସମ୍ମିଳନୀ ଜୁନ ୧୫ ରୁ ୧୭ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମ୍ମିଳନୀରେ ଦେଶର ବିଭିନ୍ନ ରାଜ୍ୟର ପ୍ରାୟ ୧୭୦୦ ରୁ ଉର୍ଦ୍ଧ ବିଧାୟକ ଓ ବିଧାନ ପରିଷଦ ର ସଦସ୍ୟ, ୧୦୦ ରୁ ଉର୍ଦ୍ଧ ପ୍ରମୁଖ ନେତା, ୫୦୦ ରୁ ଉର୍ଦ୍ଧ ବୁଦ୍ଧିଜୀବୀ ଏବଂ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ । ଲୋକ ସଭାର ପୂର୍ବତନ ବାଚସ୍ପତି ମୀରା କୁମାର, ସୁମିତ୍ରା ମହାଜନ, ଶିବରାଜ ପାଟିଲ, ମନୋହର ଯୋଶୀ ସମସ୍ତ ବିଧାୟକ ଓ ବିଧାନ ପରିଷଦ ର ସଦସ୍ୟ ଙ୍କୁ ଚିଠି ଲେଖି ଆମନ୍ତ୍ରିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଲୋକସଭା ର ବାଚସ୍ପତି ଓମ୍ ବିରଲା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ମହାରାଷ୍ଟ୍ରର ମୁଖ୍ୟ ମନ୍ତ୍ରୀ ଏକନାଥ ସିନ୍ଦେ, ଗୋଆ ର ମୁଖ୍ୟମନ୍ତ୍ରୀ ଡ ପ୍ରମୋଦ ସାୱନ୍ତ, ରାଜ୍ୟ ସଭାର ଡେପୁଟି ଚେୟାରମେନ ହରିବଂଶ ନାରାୟଣ ସିଂ, ସମସ୍ତ ରାଜ୍ୟର ବିଧାନ ସଭା ର ବାଚସ୍ପତି, ଉପ ବାଚସ୍ପତି, କଂଗ୍ରେସର ସଞ୍ଜୟ ନିରୁପମ୍, ତ୍ରିପୁରା ମୋଠା ପାର୍ଟି ର ମୁଖ୍ୟ ପ୍ରଦ୍ୟୋତ୍ ବିକ୍ରମ୍ ଦେବ ବ୍ରହ୍ମା ପ୍ରମୁଖ ଯୋଗ ଦେଇଥିଲେ। ଦେଶର ବିଭିନ୍ନ ସମସ୍ୟା ନେଇ ଆଲୋଚନା ଏବଂ ୨୦୪୭ ରେ ଭାରତ କିପରି ହେବ ତାହା ଉପରେ ଆଲୋଚନା ତର୍କ ବିତର୍କ ହୋଇଥିଲା।
ଏହି ସମ୍ମିଳନୀରେ ଦେଶର ୭୫ ଜଣ ବିଧାୟକଙ୍କୁ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆଦର୍ଶ ବିଧାୟକ ରୁପେ ଘୋଷଣା କରାଗଲା। ଓଡ଼ିଶା ରୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମାତ୍ର ୪ ଜଣ ବିଧାୟକ ଆଦର୍ଶ ବିଧାୟକ ଭାବରେ ସ୍ଥାନ ପାଇଥିବାବେଳେ ତନ୍ମଧ୍ୟରୁ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ସହ ବରୀ ର ସୁନନ୍ଦା ଦାସ, ସାରସକଣା ର ବୁଧାନ୍ ମୁର୍ମୁ , ବଣାଇ ର ଲକ୍ଷ୍ମଣ ମୁଣ୍ଡା ମନୋନୀତ ହେଇଥିଲେ । ଆଦର୍ଶ ବିଧାୟକଙ୍କ ମଧ୍ୟରୁ ରାୟଗଡ଼ା ନିର୍ବାଚନ ମଣ୍ଡଳୀ ଉନ୍ନତି ପାଇଁ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ସ୍ଥାନ ପାଇ ରାୟଗଡା ବାସୀଙ୍କୁ ଗୌରବ ଆଣିଛନ୍ତି ।