ରାବଣ ପୋଡ଼ି ପାଇଁ ୫ ଟି ସ୍ଥାନକୁ ମିଳିଲା ମଞ୍ଜୁରୀ

(ରିପୋର୍ଟସ ଟୁଡ଼େ /ଆଦର୍ଶ ରାଉତ ): ରାଜଧାନୀରେ ରାବଣ ପୋଡ଼ି ଆୟୋଜନ ପାଇଁ ୫ ଟି ସ୍ଥାନକୁ ଲାଇସେନ୍ସ ମଞ୍ଜୁରୀ ଦେଲା କମିଶନିରେଟ ପୋଲିସ । ଆଜି ହେଉଛି ପବିତ୍ର ମହାଷଷ୍ଠୀ । ଦଶହରା ଦିନ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେବ । ଏ ନେଇ ଭୁବନେଶ୍ୱରର ସ୍ଥିତ ଝାରପଡ଼ା, ନୟାପଲ୍ଲୀ, ବରମୁଣ୍ଡା, ଜଟଣୀ ଏବଂ ନହରକଣ୍ଟାକୁ ରାବଣପୋଡ଼ି ପାଇଁ ଅନୁମତି ମିଳିଛି । ନିୟମ ଅନୁଯାୟର ରାବଣ ପୋଡ଼ି ସ୍ଥଳରୁ ୧୦୦ ମିଟର ବାଉଁଶ ବ୍ୟାରିକେଟ କରାଯିବ । ଜନସାଧାରଣ ଯେପରି ବ୍ୟାରିକେଟ ଭିତରକୁ ପ୍ରବେଶ ନ କରନ୍ତି ସେ ଦାୟିତ୍ୱ ଆୟୋଜକଙ୍କୁ ଦିଆଯାଇଛି । କିପରି ସୁରକ୍ଷିତ ଭାବେ ରାବଣ ପୋଡ଼ି ଅୟୋଜନ କରିବେ ଏ ନେଇ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଯୋରସୋର କରାଯାଉଛି ।