ଶ୍ରୀକ୍ଷେତ୍ର: ଶେଷ ପର୍ଯ୍ୟାୟରେ ରଥ ବ୍ରେକ ନିର୍ମାଣ

(ମମତା ସାମଲ)ରିପୋର୍ଟସଟୁଡେ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଏପଟେ ଝାରସୁଗୁଡାରେ ତିଆରି ହେଉଛି ରଥର ବ୍ରେକ । ପୂର୍ବରୁ ରଥ ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବାବେଳେ ୨୦୦୮ ମସିହାରୁ ବଜ୍ରରାଜନଗରର ଇଞ୍ଜିନିୟର ଅଶ୍ୱିନୀ ମିଶ୍ର ଓ ତାଙ୍କ ୭ଜଣିଆ ଦଳ ରଥ ବ୍ରେକ ନିର୍ମାଣ କରି ଯୋଗାଇ ଆସୁଛନ୍ତି ।ଏହାର ନିର୍ମାଣରେ ୨ରୁ ୫ଟନ୍ ଓଜନର ଶାଳ କାଠକୁ ୨ଫୁଟ ଉଚ୍ଚ ଓ ୨ଫୁଟ ଚଉଡ଼ା ଆକାରରେ କାଟି ବ୍ରେକ୍ ନିର୍ମାଣ କରାଯାଉଛି। ୧୬ଫୁଟ ୨ଇଞ୍ଚ, ୧୬ ଫୁଟ ୪ଇଞ୍ଚ ଓ ୧୬ ଫୁଟ ୬ଇଞ୍ଚର ୩ଟି ବ୍ରେକକୁ ମନ୍ଦିର ପ୍ରଶାସନକୁ ଯୋଗାଇ ଦିଆଯାଉଛି। ବ୍ରେକ୍ ନିର୍ମାଣ କାର୍ୟ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତାକାଲି ପୁରୀ ଅଭିମୂଖେ ବାହାରିବ। ପରେ ଏହାକୁ ରଥରେ ସଂଯୋଗ କରାଯିବ।