ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ବୈଠକରେ ରଥଯାତ୍ରା ଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି ନିର୍ଘଣ୍ଟ ବିଷୟରେ ଆଲୋଚନା ହେବ । ଏଥିରେ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡା ଯାତ୍ରା ଭଳି ବିଶେଷ କାର୍ଯ୍ୟକ୍ରମ ଉପରେ ଅନୁଷ୍ଠିତ ସବ୍ କମିଟି ବୈଠକରେ ନିଷ୍ପତ୍ତି ଉପରେ ମୋହର ବାଜିବ । ଦୀର୍ଘ ଦୁଇ ବର୍ଷ ପରେ ବିନା କରୋନା କଟକଣାରେ ଭକ୍ତଙ୍କ ମେଳରେ ରଥଯାତ୍ରା, ବାହୁଡାଯାତ୍ରା ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଫଳରେ ନବଦିିନାତ୍ମକ ଯାତ୍ରାରେ ଆନୁମାନିକ କୋଟିଏରୁ ଊର୍ଦ୍ଧ ଭକ୍ତଙ୍କ ସମାଗମ ହେବ । ଏହାଛଡା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ବୈଠକରେ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ମିଳିଛି । ଏହାଛଡା ଅନ୍ୟାନ୍ୟ ଆନୁସଙ୍ଗିଗ ବିଷୟରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି । ଗଜପତି ମହାଜାର ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପିଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।