ବୁଲା କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରି ଚର୍ଚ୍ଚାରେ ରତନ ଟାଟା

ନୂଆଦିଲ୍ଲୀ: ସହୃଦତା ପାଇଁ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବା ଶିଳ୍ପପତି ରତନ ଟାଟା ଏବେ ପୁଣି ଚର୍ଚ୍ଚାରେ । ଏବେ ସେ ଗୋଟିଏ କୁକୁରକୁ ସାହାଯ୍ୟ କରି ସୋସିଆଲ ମିଡ଼ିଆରେ ଛାୟୀ ଯାଇଛନ୍ତି । ତାଙ୍କ ଦ୍ୱାରା ସେୟାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ରତନ ଟାଟା ରାସ୍ତାରେ ବୁଲୁଥିବା ଏକ କୁକୁର(ସ୍ପ୍ରାଇଟ)କୁ ପୋଷ୍ୟ ଭାବେ ଗ୍ରହଣ କରିବା କଥା ଏକ ଭିଡ଼ିଓ ମାଧ୍ୟମରେ ନିଜ ଇନଷ୍ଟାଗ୍ରାମ ପେଜ୍ରେ ସେୟାର କରିଥିଲେ।
ଭିଡ଼ିଓରେ ସେ କହିଛନ୍ତି, ଏହି କୁକୁରକୁ ଦେଖିବା ପରେ ମତେ ବହୁତ କଷ୍ଟ ହୋଇଥିଲା। କାରଣ କୌଣସି ଦୁର୍ଘଟଣାରେ କୁକୁରର ଦୁଇଟି ଯାକ ଗୋଡ଼ ନଷ୍ଟ ହୋଇଯାଇଛି । ଏବେ କୁକୁରଟି ଏକ ମମତାପୂର୍ଣ୍ଣ ପରିବାର ଖୋଜୁଛି। ସ୍ପ୍ରାଇଟ୍ ବହୁତ କଷ୍ଟ ସହିଲାଣି।ସ୍ପ୍ରାଇଟର ଭିଡିଓ ସେୟାର୍ କରି ସେ ପ୍ରଥମ କାହାଣୀରେ ଲେଖିଛନ୍ତି, ଯଦି ଆପଣମାନଙ୍କୁ ସ୍ପ୍ରାଇଟ୍ କଥା ମନେଥିବ, ତେବେ ଆପଣଙ୍କର ମନେ ଥିବ ସେ କେତେ କଷ୍ଟ ପାଇଛି। ଏହା ପରେ ସେ ଆନିମଲ୍ ଗାର୍ଡିଆନ୍ସ ମୁମ୍ବାଇ ଏବଂ ପଶୁ ଉଦ୍ଧାରକାରୀ କାଭେରୀ ଭରଦ୍ୱାଜଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେ ସ୍ପ୍ରାଇଟକୁ ସବୁଦିନ ପାଇଁ ଘରେ ରଖିବାକୁ ଖୁସିରେ ଗ୍ରହଣ କରିଛନ୍ତି। ରତନ ଟାଟାଙ୍କ ଏହି ପ୍ରୟାସକୁ ସାରା ଦେଶରେ ବେଶ୍ ପ୍ରଶଂସା କରାଯାଉଛି।