ରଶ୍ମିକାଙ୍କ ନକଲି ଭିଡିଓ ଭାଇରାଲ , କଡା କାର୍ଯ୍ୟାନୁଷ୍ଠାନ ଦାବି କରିଚନ୍ତି ୟୁଜର୍ସ

0

ସାଉଥ୍ ଚୁଲବୁଲି ଅଭିନେତ୍ରୀ ରଶ୍ମିକା ମନ୍ଦନା ରଣବୀର କପୁରଙ୍କ ସହ ନଜର ଆସିଛନ୍ତି । ଏହି ଫିଲ୍ମ ବିଷୟରେ ଇଣ୍ଡଷ୍ଟ୍ରୀରେ ଖୁବ ସମୟ ଧରି ଚର୍ଚ୍ଚା ହେଉଛି । ଏହି ସମୟ ମଧ୍ୟରେ ରଶ୍ମିକାଙ୍କ ଭଳି ଅବିକଳ ଦେଖାଯାଉଥିବା ଜଣେ ଯୁବତୀଙ୍କର ଏକ ଭିଡିଓ ଦେଖିବାକୁ ମିଳୁଛି । ଏହି ଭିଡିଓ ଦେଖିବା ପରେ Xର ଅନେକ ୟୁଜର୍ସ ଭିଡିଓ ଅପଲୋଡ କରିଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠ ନେବା ପାଇଁ ଦାବି କରିଛନ୍ତି ।

ଏହି ଭିଡିଓ ମେଡାସ ସାହୁ ନାମକ ଜଣେ Xର ୟୁଜର୍ସ ଆକାଉଣ୍ଟରୁ ସୋସିଆଲ ମିଡିଆରେ ସେୟାର ହୋଇଛି । ଭିଡିଓଟିରେ ଦେଖିବାକୁ ମିଳିଛି ମହିଳା ଜଣଙ୍କ ଲିଫ୍ଟରେ ପ୍ରବେଶ କରୁଛି ।ତେବେ ଏହି ଭିଡିଓକୁ ଏକ ଆପ୍ ସାହାଯ୍ୟରେ ରଶ୍ମିକା ଭଳି କରିବାକୁ ଚେଷ୍ଟା କରାଯାଇଛି ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନେ ଏହାକୁ ଦେଖିବା ପରେ ରାଗି ଯାଇଥିଲେ । ଏହା ସହ X ର ଅନେକ ୟୁଜର୍ସ କହିଛନ୍ତି, ଯେ ଏହା ଏକ AI ଜେନେରେଟ୍‌ ଭିଡିଓ ଏବଂ କ୍ଲିପ୍ରେ ଦେଖାଯାଇଥିବା ମହିଳା ରଶ୍ମିକା ନୁହଁନ୍ତି । ତେବେ X ର ଜଣେ ବ୍ୟବହାରକାରୀ କହିଛନ୍ତି ଯେ ଭାଇରାଲ ଭିଡିଓରେ ଦେଖାଯାଇଥିବା ମହିଳାଙ୍କ ନାମ ହେଉଛି ଜାରା ପଟେଲ, ସେ ଜଣେ ବ୍ରିଟିଶ ଭାରତୀୟ ଝିଅ । ଜାରା ପଟେଲଙ୍କ ଇନଷ୍ଟାଗ୍ରାମରେ ତାଙ୍କର ୪ ଲକ୍ଷ ୧୬ ହଜାର ଫଲର୍ସ ଅଛନ୍ତି । ସେ ଏକ ସ୍ଲିଭଲେସ୍ ବ୍ଲାକ୍ ୟୁନିଟାର୍ଡ ପିନ୍ଧିଥିବାର ନଜର ଆସିଛନ୍ତି । ସୂଚନା ମୁତାବକ,ଏହି ଭିଡିଓଟି ପ୍ରଥମେ ଜାରାଙ୍କ ଦ୍ୱାରା ଅକ୍ଟୋବର ୯ ରେ ସେୟାର କରାଯାଇଥିଲା ।

ଏହି ନକଲି ଭିଡିଓ ସେୟାର ହେବା ପାରେ, ବଲିଉଡର ବିଗ୍‌ ବି ମଧ୍ୟ ରଶ୍ମିକାଙ୍କ ଏହି ଭିଡିଓ ସେୟାର କରିଥବା ଲୋକଙ୍କ ବିରୁଧରେ କଡ଼ା ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ।