ସ୍ୱାମୀ ପରିତ୍ୟକ୍ତ ମହିଳାଙ୍କୁ ଦୁଷ୍କର୍ମ

(ଅଜିତ ସାହୁ / ଜଳେଶ୍ୱର ) : ଅଭିଯୋଗ ସତ ହେଲେ ସାଙ୍ଘାତିକ। ଜଣେ ସ୍ୱାମୀ ପରିତ୍ୟକ୍ତ ମହିଳାକୁ ରାସ୍ତାରୁ ଟେକି ନେଇ ପାଞ୍ଚ ଜଣ ଗଣ ଦୁଷ୍କର୍ମ କରିଛନ୍ତି । ଏଭଳି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଖୁଦ ପିଡିତା। ପୋଲିସ ମାମଲା ରୁଜୁ କରି, ଅଭିଯୁକ୍ତ ମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
ଏଭଳି ଅଭାବ ନିୟ ଚର୍ଚ୍ଚିତ ଘଟଣା ଘଟିଛି ରାଇବଣିଆ ଥାନା ଅଞ୍ଚଳରେ। ଅଭିଯୋଗ ଅନୁଯାୟୀ ଚଳିତ ମାସ ୧୭ ତାରିଖ ଅପରାନ୍ହ ଚାରିଟା ସମୟରେ ସ୍ୱାମୀ ପରିତ୍ୟକ୍ତ ମହିଳା ଜଣକ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ । ଏନେଇ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି ବୋଲି ପିଡିତାର ଭଉଣୀ ସୂଚନା ଦେଇଛନ୍ତି।
ଅନ୍ୟ ପଟେ ପୋଲିସ ଅଟକ ରଖିଥିବା ପାଞ୍ଚ ଜଣଙ୍କ ଭିତରୁ ଜଣେ ଘଟଣା ଦିନ କଲହାଣ୍ଡି ରେ ଥିଲେ ,ଓ ଜଣେ ନାବାଳକ ଦଶମ ଶ୍ରେଣୀର ଛାତ୍ର ଥିବା ଜଣା ପଡିଛି। ଅଭିଯୋଗ କାରି ମହିଳା ଜଣକ ନିଜେ ଅନୈତିକ କାମରେ ଲିପ୍ତ ଥିଲେ । ଏମାନେ ନିକଟରେ ଭୋଜି କରୁଥିଲେ। ଏଭଳି ଅନୈତିକ ଘଟଣାକୁ ଦେଖି ବିରୋଧ କରିବା ସହିତ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ତେଣୁ ପିଡିତା ମହିଳା ଜଣକ ଉଦେଶ୍ୟ ମୂଳକ ଭାବେ ପ୍ରତିଶୋଧ ପରାୟଣ ହୋଇ ସେମାନଙ୍କୁ ମିଛ କେଶରେ ଫସାଇ ଦେଉଥିବା ଅଭିଯୁକ୍ତଙ୍କ ପକ୍ଷରୁ ଶୁଣିବାକୁ ମିଳୁଛି ।
ଅନ୍ୟ ପଟେ ରାଇବଣିଆ ଥାନାରେ ୫/୨୦ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ତଦନ୍ତ ପରେ ପ୍ରକୃତ ତଥ୍ୟ ବାହାରିବ ବୋଲି ଜଳେଶ୍ବର ଏସ୍ଡିପିଓ ଅଙ୍କିତା କୁମ୍ଭାରୀ ସୂଚନା ଦେଇ ଛନ୍ତି। ପୋଲିସ ନିରପେକ୍ଷ ତଦନ୍ତ କରି ଉଚିତ ନ୍ୟାୟ ପାଇଁ ପରିବାର ବର୍ଗ ଓ ଗ୍ରାମ ବାସି ଦାବି କରିଛନ୍ତି।