ସୋସିଆଲ ମିଡିଆରେ ଧୂମ୍‌ ମଚାଉଛି ‘ବଚପନ୍‌ କା ପ୍ୟାର୍‌’ ଗୀତ

ସୋସିଆଲ ମିଡ଼ିଆରେ ସହଦେବ ଦିରଦୋ ଓ ବାଦଶାହଙ୍କର ‘ବଚପନ୍‌ କା ପ୍ୟାର୍‌’ ଗୀତ ଧୂମ୍‌ ମଚାଉଛି । ଗୋଟେ ପଟେ ଯେଉଁଠି ଗୀତ ୟୁଟ୍ୟୁବ୍‌ରେ ଟ୍ରେଣ୍ଡ କରୁଛି

(ମୁମ୍ବାଇ) : ସୋସିଆଲ ମିଡ଼ିଆରେ ସହଦେବ ଦିରଦୋ ଓ ବାଦଶାହଙ୍କର ‘ବଚପନ୍‌ କା ପ୍ୟାର୍‌’ ଗୀତ ଧୂମ୍‌ ମଚାଉଛି । ଗୋଟେ ପଟେ ଯେଉଁଠି ଗୀତ ୟୁଟ୍ୟୁବ୍‌ରେ ଟ୍ରେଣ୍ଡ କରୁଛି ତ ସେପଟେ ଇନଷ୍ଟାଗ୍ରାମ୍‌ରେ ମଧ୍ୟ ଏହା ଉପରେ ଖୁବ୍‌ ପ୍ରତିକ୍ରିୟା ଆସୁଛି । ଏହି ଭିତରେ ରାନୁ ମଣ୍ଡଳଙ୍କର ମଧ୍ୟ ଏକ ଭିଡ଼ିଓ ସାମନାକୁ ଆସିଛି , ଯେଉଁଠି ସେ ବଚପନ୍ କା ପ୍ୟାର୍‌ ଗାଉଥିବାର ନଜର ଆସିଛି ।

 

ସୂଚନାନୁଯାୟୀ , କିଛି ଦିନ ପୂର୍ବେ ସହଦେବଙ୍କର ବଚପନ୍‌ କା ପ୍ୟାର୍‌ ଗୀତ ଗାଉଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ଭିଡ଼ିଓ ବହୁତ ଭାଇରାଲ ହୋଇଛି ଏବଂ ଯେକେହି ସହଦେବଙ୍କ ଫ୍ୟାନ୍‌ ହୋଇ ଯାଇଛି । ଏହାପରେ ବାଦଶାହ ସହଦେବଙ୍କୁ ଭେଟିବା ପାଇଁ ଚଣ୍ଡିଗଡ଼ ଡ଼ାକିଥିଲେ ଏବଂ ତାଙ୍କ ସହ ଏହି ଗୀତକୁ ରିକ୍ରିଏଟ୍‌ କରିଥିଲେ । ଏହି ଗୀତ ୟୁଟ୍ୟୁବ୍‌ରେ ନମ୍ୱର ୱାନ୍‌ ଟ୍ରେଣ୍ଡରେ ରହିଛି । ଯିଏକି ଛତିଶଗଡ଼ର ସୁକମାର ଛିନ୍ଦଗଡ଼ ବ୍ଲକ୍‌ରେ ରୁହନ୍ତି । କୁହାଯାଉଛି କି ଯେଉଁ ଭିଡ଼ିଓ ଭାଇରାଲ ହେଉଛି , ତାହା ୨ବର୍ଷର ପୁରୁଣା ।