ଦେଶରେ ପ୍ରାୟ ୩ଶହ ଆଞ୍ଚଳିକ ବ୍ୟାଙ୍କ ସାଇବର ଆକ୍ରମଣର ଶିକାର

ନୂଆଦିଲ୍ଲୀ : ଦେଶରେ ପ୍ରାୟ ୩ଶହ ଆଞ୍ଚଳିକ ବ୍ୟାଙ୍କ ସାଇବର ଆକ୍ରମଣର ଶିକାର । ଟେକ୍ନୋଲୋଜି ସେବା ପ୍ରଦାନକାରୀ (ଟିସିଏସ୍) ସି-ଏଜ୍ ଟେକ୍ନୋଲୋଜି ଉପରେ ରେନ୍ସମୱେୟାର ଆକ୍ରମଣ । ଫଳରେ ଦେଶର ପ୍ରାୟ ୩୦୦ କୋଅପରେଟିଭ୍ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ସାଇବର୍ ଆକ୍ରମଣର ଶିକାର ହୋଇଛନ୍ତି । ବ୍ୟାଙ୍କ ସେବା ପ୍ରଭାବିତ ନେଇ ଏନପିସିଆଇ ପକ୍ଷରୁ ସୂଚନା ମିଳିଛ।

ଅଧିକାରୀଙ୍କ ସୂଚନା ଅନୁସାରେ ସାଇବର ଆକ୍ରମଣ ଦ୍ୱାରା ସମବାୟ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡିକର ଗ୍ରାହକ ପ୍ରଭାବିତ ହୋଇଛନ୍ତି, ଯେଉଁମାନେ ଏସବିଆଇ ଏବଂ ଟିସିଏସ୍ ର ମିଳିତ ଉଦ୍ୟୋଗ ସି-ଏଜ୍ ଉପରେ ନିର୍ଭର କରନ୍ତି। ଅନ୍ୟ ବ୍ୟାଙ୍କିଙ୍ଗ ସେବା ସାଧାରଣ ଭାବରେ କାର୍ଯ୍ୟ କରୁଛି।

ଗତ ଦୁଇ ଦିନ ଧରି ସି-ଏଜ୍ ଟେକ୍ନୋଲୋଜି ସମସ୍ୟାର ସମ୍ମୁଖୀନ ହେଉଛି। ବୃହତ ପେମେଣ୍ଟ ସିଷ୍ଟମର ସୁରକ୍ଷା ପାଇଁ ସି-ଏଜ୍ ପ୍ରଣାଳୀକୁ ପୃଥକ କରିବା ସହିତ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ଅଧିକାରୀ କହିଛନ୍ତି। ତେବେ ରେନ୍ସମୱେୟାର ଆକ୍ରମଣ ଯୋଗୁଁ ଆର୍ଥିକ କ୍ଷତି ହେବାର କୌଣସି ଖବର ନାହିଁ।