( ରିିପୋର୍ଟସ ଟୁଡ଼େ/ ଶୁଭସ୍ମିତା ଦାଶ ): ଅନ୍ତର୍ଜତୀୟ ରଂଗମଞ୍ଚ ସଂସ୍ଥା ଆନୁକୂଲ୍ୟରେ ୧୯୬୧ ରୁ ପ୍ରତି ବର୍ଷ ମାର୍ଚ ୨୭ରେ ପାଳନ କରାଯାଉଛି ବିଶ୍ୱ ଥିଏଟର ଡ଼େ ବା ବିଶ୍ୱ ରଂଗମଞ୍ଚ ଦିବସ । ଏହି ଅବସରରେ ରଂଗମଞ୍ଚ ବାବଦରେ କେତେକ ରୋଚ୍ ତଥ୍ୟ । ଏହାର ସୃଷ୍ଟି ୨୫୦୦ ବର୍ଷ ତଳେ ଗ୍ରିସ୍ରେ ହୋଇଥିଲା । ପ୍ରାଚୀନ ଗ୍ରିକ ଦର୍ଶକମାନେ ନାଟକ ଦେଖୁଥିବା ବେଳେ ଆନନ୍ଦିତ ହେଲେ ତାଳି ମାରିବା ପରିବର୍ତ୍ତେ ଚଟାଣରେ ସମବେତ ଭାବେ ଗୋଡ଼ ପିଟୁଥିଲେ । ପ୍ରାଚୀନ ଗ୍ରିକ୍ ରଂଗମଞ୍ଚଗୁଡ଼ିକରେ ଏକକାଳୀନ ଦଶ କୋଡ଼ିଏ ହଜାର ଦର୍ଶକ ଅର୍ଦ୍ଧ ଚକ୍ରାକାରରେ ବସି ନାଟକ ଦେଖିବା ଭଳି ବ୍ୟବସ୍ଥା ଥିଲା । ୧୬୬୬ରେ ଲଣ୍ଡନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ପରେ ଚାଳ ଛପର ଛାତ ନିଷିଦ୍ଧ କରାଯାଇଥିଲା । ତେବେ ଆଜି ଯାଏ କେବଳ ଗୋଟିଏ ତିଷ୍ଟିରହିପାରିଛି ଏବଂ ସେହି ଗୋଟିକ ହେଉଛି ସେକ୍ସପିଅର୍ସ ଗ୍ଲୋବ ରଂଗମଞ୍ଚ । ସେକ୍ସପିଅର ଜୀବନରେ ଥରଟିଏ ମାତ୍ର ରଂଗମଞ୍ଚରେ ଅଭିନୟ କରିଥିଲେ । ଫ୍ଲୋରିଡ଼ାସ୍ଥିତ ୱାଲଟ ଡ଼ିଜ୍ନି ୱାଲର୍ଡ଼ ର ୱାଡ଼୍ରୋବ୍ର ବାର ଲକ୍ଷ ରଂଗମଞ୍ଚ ପୋଷାକ ଗଚ୍ଛିତ ଅଛି । ଏକଦା ଆମେରିକାରରେ ରଂଗମଞ୍ଚ ପ୍ରତିଷ୍ଠା ବେଆଇନ ଥିଲା । ଏଷବ ସବୁଠାରୁ ଅଧିକ ରଂଗମଞ୍ଚ ଆମେରିକାରେ ଅଛି । ଅଷ୍ଟ୍ରିଆରେ ଥିବା କ୍ରେଲହଫ୍ଟଥିଏଟର ବିଶ୍ୱରେ କ୍ଷୁଦ୍ରତମ । ଥରକେ ମାତ୍ର ଆଠ ଜଣ ଦର୍ଶକ ବସିବାର ବ୍ୟବସ୍ଥା ଅଛି ।