(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଧର୍ମ ଶାସ୍ତ୍ର ଅନୁଯାୟୀ ଚୈତ୍ର ମାସର ୯ ଦିନ ରାମ ନବମୀ ଉତ୍ସବ ପାଳନ କରାଯାଇଥାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କ ଜନ୍ମ ଅଯୋଧ୍ୟାର ରାଜା ଦଶରଥଙ୍କ ଜ୍ୟେଷ୍ଠ ପୁତ୍ର ରାମଙ୍କ ରୂପରେ ହୋଇଥିଲା। ରାମଙ୍କ ଜନ୍ମର ମୂଳ ଉଦେଶ୍ୟ ଥିଲା ରାବଣର ଦୃଷ୍ଟ ଆତ୍ମାକୁ ବିନାଶ କରିବା । ଏହି କାରଣରୁ ରାମ ନବମୀରେ ଶାସ୍ତ୍ରରେ ଶକ୍ତିର ମହିମା ଏବଂ ଭଲ ଓ ଖରାପ ମଧ୍ୟରେ ସଂଘର୍ଷ ଦର୍ଶାଇଥାଏ, ବା ଏହି ଦିନ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଥାଏ। ଭଗବାନ ରାମଙ୍କ କଥା କେବଳ ପ୍ରାଚୀନ ହିନ୍ଦୁ ମହାକାବ୍ୟରେ ଉଲ୍ଲେଖ କରାଯାଇ ନାହିଁ ବରଂ ଏହା ଜୈନ ଏବଂ ବୈଦ୍ଧ ଧର୍ମର ଗ୍ରନ୍ଥରେ ମଧ୍ୟ ଭଗବାନ ରାମଙ୍କ ଉଲ୍ଲେଖ କରାଯାଇଛି। ପ୍ରାଚୀନ ହିନ୍ଦୁ ମହାକାବ୍ୟ ରାମାୟଣରେ ଏକ କେନ୍ଦ୍ରୀୟ ବ୍ୟକ୍ତି ହେଉଛନ୍ତି ଭଗବାନ ଶ୍ରୀରାମ। ଭଗବାନଙ୍କ ମହତ୍ବ କେବଳ ଭାରତରେ ନୁହେଁ ବରଂ ପୁରା ଦକ୍ଷିଣ ପୂର୍ବ ଏସିଆରେ ସଂସ୍କୃତିରେ ମଧ୍ୟ ଉଲ୍ଲେଖ ରହିଛି।
ରାମ ନବମୀ ଚୈତ୍ର ମାସର ୯ ଦିନରେ ପଡ଼ିଥାଏ। ଏହା ନବରାତ୍ରୀର ଶେଷ ଦିନ ହୋଇଥାଏ। ଏହି କାରଣରୁ ହିନ୍ଦୁ ମାନଙ୍କ ପର୍ବରେ ରାମ ନବମୀର ବିଶେଷ ମହତ୍ବ ରହିଥାଏ। ବିଶ୍ବରେ ରାମ ନବମୀ ପର୍ବକୁ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଇଥାଏ। କିନ୍ତୁ ଉତ୍ତର ଭାରତର ଅଯୋଧ୍ୟରେ ବିଶେଷ ରୂପେ ଏହି ପର୍ବର ଆୟୋଜନ କରାଯାଇଥାଏ।
ରାମ ନବମୀ ଦିନ ମନ୍ଦିରରେ ଭଜନ-କୀର୍ତ୍ତନର ଆୟୋଜନ କରାଯାଇଥାଏ। ଅନେକ ସ୍ଥାନରେ ଏହି ଦିନ ଭଗବାନ ରାମଙ୍କ ପାଲିଙ୍କି ଯାତ୍ରା ମଧ୍ୟ ବାହାରି ଥାଏ। ଲୋକମାନେ ଏହି ଦିନ ଉପବାସ କରିବା ସହ ସୂର୍ୟ୍ୟାଏସ୍ତ ପରେ ପାରଣ କରି ଉପବାସ ସମାପ୍ତ କରିଥାନ୍ତି। ରାମ ନବମୀ ଦିନ ଭଗବାନଙ୍କୁ ପ୍ରସାଦ ରୂପେ ପଞ୍ଚାମୃତ, ଶ୍ରୀ ଖଣ୍ଡ, କ୍ଷୀର ବା ହାଲୁଆ ଆଦି ଭୋଗ ଲଗାଯାଇଥାଏ। ଭଗବାନ ରାମଙ୍କ ପୂଜାରେ ବିଶେଷ ରୂପେ କ୍ଷୀର ଏବଂ ଘିଅର ବ୍ୟବହାର କରାଯାଇଥାଏ। ଏହି କାରଣରୁ ରାମ ନବମୀ ଭଳି ଶୁଭ ଦିନରେ ଘିଅରେ ପ୍ରସ୍ତୁତ ହୋଇଥିବା ମିଠା ପ୍ରସାଦ ରୂପେ ସେବନ କରାଯାଇଥାଏ।