ପ୍ରଜାପତି ବ୍ରହ୍ମକୁମାରୀ ଐଶ୍ୱରୀୟ ବିଦ୍ୟାଳୟ ପରିସରରେ ରକ୍ଷା ବନ୍ଧନ

(ସତ୍ୟ ନାରାୟଣ ପାଲ)ରାଇରଙ୍ଗପୁର: ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅବସରରେ ରାଇରଙ୍ଗପୁର ଆଧ୍ୟାତ୍ମିକ ଅନୁଷ୍ଠାନ ପ୍ରଜାପିତା ଐଶ୍ୱରୀୟ ବିଦ୍ୟାଳୟ ପରିସରରେ ଧୂମଧାମରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ପରିଚାଳିକା ବି କେ ସୁପ୍ରିୟା,ବି କେ ମିନତୀ ପ୍ରମୁଖ ଶ୍ରଦ୍ଧାଳୁଙ୍କ ହାତରେ ରାକ୍ଷୀ,ସିନ୍ଦୁର,ଚନ୍ଦନ ଦେଇ ପୂଜାର୍ଚ୍ଚନା ସହ ପରମପିତାଙ୍କ ମନ୍ତ୍ର ଶୁଣାଇଥିଲେ । ସମସ୍ତେ ମନରେ ଶୁଦ୍ଧତା,ପବିତ୍ରତା ରଖିବା ଦରକାର । ସମସ୍ତେ ଈଶ୍ୱରଙ୍କ ସନ୍ତାନ । ତେଣୁ ସମସ୍ତଙ୍କ ମଧ୍ୟରେ ସମସ୍ତଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ରହିବା କଥା ବୋଲି କହିଥିଲେ ।ପରେ ଶ୍ରଦ୍ଧାଳୁ ମାନଙ୍କୁ ଠାକୁରଙ୍କର ପ୍ରସାଦ ବଣ୍ଟନ କରିଯାଇଥିଲା ।