(ହର ପ୍ରସାଦ ବିଶୋଇ, ରିପୋର୍ଟସ ଟୁଡ଼େ ) : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀଙ୍କ ପାଇଁ ଏ ଦିନ ବହୁତ ଗୁରୁତ୍ୱ ପୂର୍ଣ୍ଣ ଅଟେ । ସାରା ଭାରତରେ ରକ୍ଷା ବନ୍ଧନ କୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ରକ୍ଷା ବନ୍ଧନକୁ ନେଇ ନବୀନ ନିବାସ ଚଳଚଞ୍ଚଳ ହୋଇ ଉଠିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାନ୍ଧିଛନ୍ତି ରାକ୍ଷୀ । ପ୍ରଜାପତି ବ୍ରହ୍ମକୁମାରୀ ଓ ବିଭିନ୍ନ ସ୍କୁଲର କୁନି କୁନି ଛାତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧି ବେଶ ଖୁସି ଅନୁଭବ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଚଳିତ ବର୍ଷ ସ୍ୱାଧୀନତା ଦିବସ ସହ ରାକ୍ଷୀ ପୂର୍ଣ୍ଣିମା ପଡୁଥିବାରୁ ଆଜିର ଦିନ ଟି ବେଶ ମହତ୍ୱ ରଖୁଛି । ଏହି ଦୁଇଟି ପର୍ବକୁ ନେଇ ସାରା ରାଜ୍ୟ ଉତ୍ସବ ମୁଖର ।