ଗାନ୍ଧୀ ଜୟନ୍ତୀରେ ରାଜସ୍ଥାନ ସରକାରଙ୍କ ବଡ ନିଷ୍ପତ୍ତି, ତମ୍ବା ଉତ୍ପାଦନ ଉପରେ କଟକଣା

(ରିପୋଟର୍ସ ଟୁଡେ,ନୁଆଦିଲ୍ଲୀ): ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ରାଜସ୍ଥାନ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆଜି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟରେ ତମ୍ବା ଉତ୍ପାଦନ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି । ପୁର୍ବରୁ କଂଗ୍ରେସର ଜନ ଘୋଷଣା ପତ୍ରରେ ତମ୍ବା ଉପରେ କଟକଣା ଲଗାଯିବା ନେଇ ଉଲ୍ଲେଖ ଥିଲା । ଏହାକୁ ଦୃଷ୍ଟିରେ ରଖି ବୁଧବାର ରାଜସ୍ଥାନରେ ମ୍ୟାଗନେସିୟମ କାର୍ବୋନେଟ ତମ୍ବାକୁ,ମିନେରାଲ ଅଏଲ ଯୁକ୍ତ ପାନ ମସଲା ଓ ଫ୍ଲୱେର୍ଡ ସୁପାରିର ଉତ୍ପାଦନଗୁଡିକୁ ଗଚ୍ଛିତ ବିତରଣ ଉପରେ କଟକଣା ଜାରି କରାଯାଇଛି । ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁସାରେ ଏହି ପ୍ରତିବନ୍ଧକ ଲଗାଯାଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମା ଘୋଷଣା କରିବା ସହ ନିର୍ଦ୍ଦେଶନାମା ଜାରି କରିଛନ୍ତି ।