ଭଦ୍ରକ: ଡ୍ରାଇଭର ସଘଂର କର୍ମକର୍ତ୍ତାମାନେ ରାଜବୀରଙ୍କ ଜୀବନ ବଞ୍ଚାଇବା ପାଇଁ ଆବଶ୍ୟକ ଅର୍ଥ ରାଶି ସଂଗ୍ରହରେ ଲାଗିଛନ୍ତି । ଭଦ୍ରକ ଜିଲ୍ଲାର କିଛି ସମାଜସେବୀ ଓ ଡ୍ରାଇଭର ସଘଂର କର୍ମକର୍ତ୍ତା ଚରମ୍ପା ଠାରୁ ଆରମ୍ଭ ହୋଇଛି ଏହି ଅଭିଯାନ । ରାସ୍ତାରେ ବସୁଥିବା ଠେଲା ଦେକାନୀଙ୍କ ଠାରୁ ପାଦଚଲା ଲୋକ ସମସ୍ତଙ୍କ ପାଖକୁ ଯାଇ ରାଜବୀରର ଜୀବନ ବଞ୍ଚାଇବା ପାଇଁ କିଛି ସାହାର୍ଯ୍ୟ ମାଗୁଛନ୍ତି । ଯାହାର ଯେତେ ସକ୍ଷମ ଅନୁସାରେ ଯିଏ ଯାହା ଦେଲା ସେମାନେ ତାକୁ ଆଣୁଛନ୍ତି । ସେହିପରି ସମାଜସେବୀ ମଧ୍ୟ ଦେକାନରୁ ଦେକାନକୁ ଯାଇ ରାଜବୀର ପାଇଁ ସାହାର୍ଯ୍ୟ ମାଗୁଛନ୍ତି । ଡ୍ରାଇଭର ସଘଂର କର୍ମକର୍ତ୍ତା ମାନେ ଭଦ୍ରକ ସହରର ବନ୍ତ ଛକ, କଲେଜ ଛକ, ଟାଉନ ହଲ ଛକ, ପୋଷ୍ଟ ଅଫିସ ଛକ ଓ ନୁଆ ବଜାର ଛକ ଆଦି ଅଞ୍ଚଳର ଦୋକାନ ବୁଲି ସାହାର୍ଯ୍ୟ ପାଇଁ ଲୋକମାନଙ୍କୁ ଅନୁରୋଧ କରୁଛନ୍ତି ।