ଗୋରୁ ଚାଲାଣ ବେଳେ ଧରିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ

ରାଇରଙ୍ଗପୁର /ସତ୍ୟାନାରୟଣ ପାଲ:   ମୟୂରଭଞ୍ଜ ଜିଲ୍ଲା ରେ ଗୋ ଚାଲାଣ  କମିବାର ନା ଧରୁ ନାହିଁ  । ଧିରେ ଧିରେ ବଢିବାରେ  ଲାଗିଛି , କହିବାକୁ ଗଲେ  ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ  ଗୋ ଚାଲାଣ  ଦେଖିବାକୁ ମିଳୁଛି । ଆଇନ୍ କୁ  ଧୂଳି ଦେଇ ଚାଲିଛି  ଗୋ ଚାଲାଣ  । ଜିଲ୍ଲାରେ କିଛି ସେଛାସେବକ ସଂଘ ମାନଙ୍କ  ଦ୍ବାରା  ବହୁବାର  ଗୋ ଚାଲାଣ  ବିରୋଧ ରେ ଅନେକ ଥର  ଆନ୍ଦୋଳନ  ଓ ଗୋ ଚାଲାଣ  ରୋକିବାକୁ  ଅନେକ ଦାବି ହୋଇ ଆସୁଥିଲେ ବି  ଗୋ ଚାଲାଣ  ବନ୍ଦ  ହୋଇ ପାରୁ ନାହିଁ  । ଆଜି  ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଦ୍ବାରା ବଡାମତଳିଆ ନିକଟରେ  ସଂନ୍ଦିଗ୍ଧ ଟ୍ରକ୍ କୁ  ଅଟକାଇ ଥିଲେ  । ଟ୍ରକଟି  ପଶ୍ଚିମ ବଂଗ କୁ  ଗୋ ନେଇ ଯାଉଥିବା ଜଣାପଡିଥିଲା । ଉକ୍ତ  ଟ୍ରକ୍ ରେ  ୪୫ ଟି  ଗୋରୁ ଥିଲେ  । ପରିତାପର ବିଷୟ  ରାଇରଙ୍ଗପୁର  ଗୋଶାଳା  ପରିବର୍ତ୍ତେ ଯଶିପୁର  ରେ ଏକ ଗୋ ଶାଳା ରେ  ୪୫ଟି ଗୋରୁ ମାନଙ୍କୁ  ଛଡା ଯାଇଛି ବୋଲି ପୋଲିସ ଅଧିକାରୀ  ସୂଚନା  ଦେଇଥିଲେ  । ଏ ନେଇ ରାଇରଙ୍ଗପୁର  ଗ୍ରାମାଞ୍ଚଳ ପୋଲିସ  ୨୪୨୵୨୩ ମାମଲା ରୁଜୁ କରି  ଟ୍ରକ୍ ସହ ଚାଳକକୁ  ଅଟକ ରଖିଛନ୍ତି  ।