ରାଇରଙ୍ଗପୁର ମହତାବ ଭବନ ଛକରେ ରିଜର୍ଭ ବ୍ୟାଙ୍କ ତରଫରୁ ଚିରା,ଫଟା,ମଇଳା ଟଙ୍କା ବିନିମୟ କେନ୍ଦ୍ର ଉଦଘାଟିତ

ରାଇରଙ୍ଗପୁର :  ପାର୍ବଣ ଋତୁ ଆରମ୍ଭ । ଓଡ଼ିଶାର ପଛୁଆ,ଗରୀବ,ଓ ଅସେଚତନ  ଲୋକଙ୍କ  ସଂଖ୍ୟା ମାତ୍ରା ଅଧିକ ।କରୋନା ପରେ ପରେ ଲୋକଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯିବା ଆର୍ଥିକ ଅବସ୍ଥା ଦୁର୍ବଳ ହୋଇଯାଇଛି। ମୟୂରଭଞ୍ଜ ଜିଲ୍ଲାର ଶତକଡା ୬୫ ଲୋକ ଆଦିବାସୀ ଓ ସବୁବର୍ଗର ଲୋକେ ଗରୀବଗୁରୁବା ଅଟନ୍ତି । ସେମାନଙ୍କ ପାଖରେ ଚିରା,ଫଟା ,ମଇଳା,ପୋଡ଼ା,ଉଇ ଖିଆଏବଂ ୨/୩ ଟି ଟଙ୍କା ଯୋଡ଼ି ହୋଇଥିବା ଟଙ୍କା  ଥାଏ। ବ୍ୟାଙ୍କର କେତେକ କର୍ମଚାରୀଙ୍କ ଦୁର୍ବ୍ଯବହାର‌ ,ଅଣଦେଖା ଯୋଗୁଁ ସେମାନେ ଟଙ୍କା ବିନିମୟ କରି ପାରନ୍ତନି ।

ତଦସହ ସରକାରଙ୍କ ନିୟମ ଥିଲା ଏହି ନଷ୍ଟ ଟଙ୍କାକୁ କେବଳ ଭୁବନେଶ୍ଵର ଯାଇ ରିଜର୍ଭ ବ୍ୟାଙ୍କରେ ବିନିମୟ କରିବ । ଲୋକଙ୍କ ପାଖରେ ଏତେ ଅର୍ଥ ନାହିଁ ଯେ ସେମାନେ ଖର୍ଚ୍ଚାନ୍ତ ହୋଇ ଭୁବନେଶ୍ୱର ଯିବେ ଟଙ୍କା ବିନିମୟ ପାଇଁ ।ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା ଭଳି ଅବସ୍ଥାରେ ସାଧାରଣ ଜନତା ଷଡ଼ୁଛନ୍ତି । ତେଣୁ ଏହାର ସୁଧାର ତଥା ଜନତାଙ୍କ ସ୍ୱାର୍ଥକୁ ଦେଖି ରିଜର୍ଭ ବ୍ୟାଙ୍କ ନୂଆ ନିୟମ କରି ଚିରା,ଫଟା ଏବଂ ମଇଳା ଟଙ୍କା ବିନିମୟ ପାଇଁ ଓଡ଼ିଶାର ସମସ୍ତ ଜାତୀୟ କରଣ ବ୍ୟାଙ୍କ ଓ ଘରୋଇ କରଣ ବ୍ୟାଙ୍କକୁ ନିର୍ଦେଶ ଦେଇଛନ୍ତି । ତଦସହ ଟଙ୍କା ଧରିଲେ ଗୁଣ୍ଡ  କିମ୍ବା  ଟୁକୁଡା କୁକୁଡ଼ା ହେଉ ଯାଉଥିବା ଟଙ୍କା,ଅଠା ଭଳି ଦୁଇ/ତିନି ଟଙ୍କା ଯୋଡ଼ା ଟଙ୍କାର ବିନିମୟ ଭୁବନେଶ୍ୱର ଆରବିଆଇରେ କେବଳ କରାଯିବ ।ଆଗକୁ ପାର୍ବଣ  ଋତୁ ଅବସରରେ ପ୍ରଥମ କରି ରିଜର୍ଭ ବ୍ୟାଙ୍କ ଏବଂ  ତରଫରୁ ଭୁବନେଶ୍ୱର ,କଟକ, କୋରାପୁଟ, ସମ୍ବଲପୁର,ବ୍ରହ୍ମପୁର ଏବଂ ଆଜି ରାଇରଙ୍ଗପୁର ସହରର ମହତାବ ଭବନ ଛକ ନିକଟରେ ଏକ କାଉଣ୍ଟର ଖୋଲାଯାଇଥିଲା ।

 

ଏହାକୁ ମୁଖ୍ୟ  ଅତିଥି ରିଜର୍ଭ ବ୍ୟାଙ୍କର ଡାଇରେକ୍ଟର  ସାରଦା  ପ୍ରସନ୍ନ ମହାନ୍ତି,ଆରବିଆଇର ଜେନେରାଲ ମେନେଜର ଦେବୀ ପ୍ରସାଦ ପଣ୍ଡା, ଆରବିଆଇ ମେନେଜର ସରୋଜ ଦାସ,କାନାରା ବ୍ୟାଙ୍କର ଜେନେରାଲ ମେନେଜର ଜଗଦୀଶ ଚନ୍ଦର, ଆସିଷ୍ଟାଣ୍ଟ ଜେନେରାଲ ମେନେଜର, ଭଦ୍ରକ ଶାଖାର ପି ମଧୁସୂଦନ ରାଓ, ଭଦ୍ରକ ଡିଭିଜନାଲ ମେନେଜର ଡଃ ଦେବେନ୍ଦ୍ର ସିଂ, ରାଇରଙ୍ଗପୁର କାନାରା ବ୍ୟାଙ୍କର ସିନିଅର ମେନେଜର ଶଙ୍କର୍ଷଣ ସାହୁ,ପ୍ରବୀଣ ସିଂ  ପ୍ରମୁଖ ଉପସ୍ଥିତ ରହି ଫିତା କାଟି ଶୁଭ ଉଦ୍ଘାଟନ କରିବା ସହ ଏହାର ମୁଖ୍ୟ ଉଦ୍ଦେଶ୍ୟ କହିଥିଲେ । ଆଗକୁ ସମସ୍ତ ଜିଲ୍ଲାରେ ଏହି ଜନତାଙ୍କ  ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କହିଥିଲେ । ସାଧାରଣ ଲୋକେ ପାର୍ବଣ ଋତୁରେ ଚିରା ,ଫଟା,ମଇଳା ଟଙ୍କାର ବିନିମୟ କରି ନିଜର ଏହି ପର୍ବରେ ନିଜର ଆବଶ୍ୟକୀୟ କିଛିଟା ଖର୍ଚ ବହନରେ ଲାଭ ଉଠାଇ ପାରିବେ ବୋଲି କହିଥିଲେ । ରାଇରଙ୍ଗପୁର ସହରର ବହୁ ଲୋକେ ଧାଡ଼ିରେ ଆସି ଚିରା,ଫଟା ଓ ମଇଳା ଟଙ୍କା ବିନିମୟ କରି ବହୁ ଆନନ୍ଦରେ ଘରକୁ ଫେରିଥିଲେ । ଆର୍ଥିକ ଅନଗ୍ରସର ଲୋକେ ପର୍ବ କିଭଳି ପାରିବେ ବହୁ ଚିନ୍ତାରେ ଥିବାବେଳେ ରିଜର୍ଭ ବ୍ୟାଙ୍କର ଏଭଳି ଜନକଲ୍ଯାଣ କାର୍ଯ୍ୟ ଯୋଗୁଁ ନିଜର ପୁରୁଣା ଅଵ୍ଯହୃତ ଟଙ୍କା ବିନିମୟ କରି ନିଜକୁ ଆଶ୍ବସ୍ତ ହୋଇଥିଲେ ।ଭାସିଯାଉଥିବା କୁଟାଖିଆ ସାହାଭଳି ରିଜର୍ଭ ବ୍ୟାଙ୍କ ପାର୍ବଣ ଋତୁରେ  ଏଭଳି କାର୍ଯ୍ୟ ପ୍ରଶଂସନୀୟ ଥିଲା ।