ଶ୍ୱାସରୁଦ୍ଧରୁ ହୋଇଛି ରାଇମୋହନଙ୍କ ମୃତ୍ୟୁ

ରାଇମୋହନଙ୍କ ମୃତ୍ୟୁକୁ ନେଇ ଖୋଲିଲା ସାଂଘାତିକ ତଥ୍ୟ

ଭୁବନେଶ୍ୱର:ଅଭିନେତା ରାଇମୋହନ ପରିଡାଙ୍କ ପୋଷ୍ଟ ମୋର୍ଟମ ରିପୋର୍ଟ। ଖୋଲିଲା ସାଂଘାତିକ ତଥ୍ୟ । ଶ୍ୱାସରୁଦ୍ଧରୁ ତାଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି । ହାଙ୍ଗିଂ ଯୋଗୁ ଶ୍ୱାସରୁଦ୍ଧ ହୋଇ ରାଇମୋହନଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ବେକରେ ପୂର୍ବରୁ ଏକ ଆଘାତ ରହିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ଅଛି । ତେବେ ରାଇମୋହନଙ୍କ ବେକରେ କିପରି ଆସିଲା ଏହି ଦାଗ । ଏହି ରିପୋର୍ଟକୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ତେବେ ରାଇମୋହନଙ୍କ ଭିସେରା ରିପୋର୍ଟ ଫରେନ୍ସିକ ଲ୍ୟାବ୍କୁ ଯାଇଛି । ବେକରେ ଦଉଡି ଦେଇ ଝୁଲିପଡିବାରୁ ହୋଇଛି ମୃତ୍ୟୁ। କେବଳ ଶ୍ୱାସ ରୁଦ୍ଧ ହେବାରୁ ଯାଇଛି ଜୀବନ। ଶରୀରରେ କୌଣସି ଆନ୍ତରୀଣ ଆଘାତ ନାହିଁ।ଝୁଲି ଯିବାରୁ ଗୋଡ଼ ଆଙ୍ଗୁଠିରେ ଆସିଛି ସାମାନ୍ୟ କ୍ଷତ ଥିବା ଦେଖିବାକୁ ମିଳିଛି |ସୂଚନା ଯୋଗ୍ୟ ଯେ, ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ମାମଲାରେ କେସ ରୁଜୁ କରି ତଦନ୍ତ କରୁଛି ପୋଲିସ । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଛି । ଏହି ମାମଲାରେ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ସିଡିଆର ଯାଞ୍ଚ ଚାଲିଛି, କାହା ସହ କଥା ହୋଇଛନ୍ତି ତାହା ଜଣାପଡ଼ିବ । ତେବେ ଆତ୍ମହତ୍ୟା ପୂର୍ବରୁ ପତ୍ନୀ ଓ ଦୁଇ ଝିଅକୁ ବାଏ ମେସେଜ ଲେଖିଥିଲେ ରାଇମୋହନ । ରାଇମୋହନ ଆତ୍ମହତ୍ୟା ମାମଲାରେ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ ।