(ରିପୋର୍ଟସ ଟୁଡ଼େ) ଭୁବନେଶ୍ୱର: ନିର୍ବାଚନୀ ତାରିଖ ପାଖେଇ ଆସୁଥିବା ବେଳେ ରାଜନୈତିକ ଦଳଠାରୁ ଆରମ୍ଭ କରି ନେତାଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ଜୋରଦାର ହୋଇଛି ପ୍ରଚାର ଯୁଦ୍ଧ । ଜନତାଙ୍କ ନିକଟତର ହେବାକୁ ଉଦ୍ୟମ ଜାରି ରଖିଛି ବିଭିନ୍ନ ରାଜନୈତିକ ଦଳ। ତେଣୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏପ୍ରିଲ ୪ ତାରିଖରେ ଓଡ଼ିଶା ଆସୁଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହି ଗସ୍ତରେ ରାହୁଲ ଦଳୀୟ ସମାବେଶରେ କର୍ମୀ ଓ ନେତାଙ୍କୁ ସମ୍ବୋଧନ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷତ କରିବାର କାର୍ୟ୍ୟକ୍ରମ ରହିଛି । ଦକ୍ଷିଣ ଓଡ଼ିଶାରେ ଏକ ଜନସଭାରେ ଯୋଗଦେବ ରାହୁଲ ଗାନ୍ଧୀ ।
ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ଏପ୍ରିଲ ପହିଲାରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ମୋଦିଙ୍କ ଗସ୍ତର ଠିକ ୩ ଦିନ ପରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ।