ଶିଖର ଧାଓ୍ବନଙ୍କ ଅଧିନାୟକତ୍ବରେ ଦିନିକିଆ ଓ ଟି-୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ କରିବା ଭାରତୀୟ ଟିମ୍। ଶିଖର ଧାଓ୍ବନଙ୍କ ଅଧିନାୟକତ୍ବରେ ଦିନିକିଆ ଓ ଟି-୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ। ଏହି ସିରିଜରେ ଟିମ୍‌ ଇଣ୍ଡିଆର କୋଚ୍‌ ରାହୁଲ ଦ୍ରାବିଡ ହେବେ ବୋଲି ପୂର୍ବରୁ ସୂଚନା ମିଳିଥିବା

(ମୁମ୍ବାଇ) : ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ କରିବା ଭାରତୀୟ ଟିମ୍। ଶିଖର ଧାଓ୍ବନଙ୍କ ଅଧିନାୟକତ୍ବରେ ଦିନିକିଆ ଓ ଟି-୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ। ଏହି ସିରିଜରେ ଟିମ୍‌ ଇଣ୍ଡିଆର କୋଚ୍‌ ରାହୁଲ ଦ୍ରାବିଡ ହେବେ ବୋଲି ପୂର୍ବରୁ ସୂଚନା ମିଳିଥିବା ବେଳେ ଏବେ ଆନୁଷ୍ଠାନିକ ଭାବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି। ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ ଗାଙ୍ଗୁଲି ଶ୍ରୀଲଙ୍କା ବିପକ୍ଷ ସିରିଜ୍ ପାଇଁ ଦ୍ରାବିଡଙ୍କ ନିଯୁକ୍ତି ନିଶ୍ଚିତ କରିଛନ୍ତି।

ଏହାସହ ଟି -୨୦ ବିଶ୍ୱକପ ଆୟୋଜନକୁ ନେଇ ଗାଙ୍ଗୁଲି କହିଛନ୍ତି ଯେ ଟ୍ୟାକ୍ସ ଛାଡ କରିବାକୁ ସେ ଭାରତ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ସରକାରଙ୍କ ଉତ୍ତରକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ତାଙ୍କ ପାଖରେ ସମୟ ଅଛି। ଖୁବ ଶୀଘ୍ର ବିସିସିଆଇ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି।