(ପୁରୀ) : ଆସନ୍ତାକାଲି ଦଶହରାରେ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର। ଶନିବାର ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ହେବ ସାଧାରଣ ଦର୍ଶନ। ଭଷାଣୀ ପାଇଁ ମଧ୍ୟାହ୍ନ ୧୨ଟା ପରଠୁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଦର୍ଶନ।
ସୂଚନାନୁଯାୟୀ , ଦୁର୍ଗାପୂଜା ଭଷାଣୀ ପାଇଁ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଏବଂ ମରିଚିକୋଟ ଛକ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ ହେବ ।କୋଭିଡ କଟକଣା ଅନୁଯାୟୀ ରବିବାର ବି ଶ୍ରୀମନ୍ଦିର ବନ୍ଦ ରହିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।