ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଶ୍ରୀମୁଖକୁ ଶୃଙ୍ଗାର କରିବେ ସେବାୟତ

(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତିକାନ୍ତି ଅନୁଷ୍ଠିତ ହେବ ।। ମହାପ୍ରଭୁଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବାୟତ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ଗୁପ୍ତ ନୀତି ସଂପନ୍ନ କରାଯିବ । ସର୍ବସାଧାରଣ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସର୍ବସାଧାରଣ ଦର୍ଶନ ଅପରାହ୍ଣ ୪ଟା ରୁ ରାତି ୮ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ବନ୍ଦ ରହିବ । ଏହି ବନକଲାଗିରେ ମହାପ୍ରଭୁଙ୍କ ଶ୍ରୀମୁଖକୁ ପାରମ୍ପରିକ ରଙ୍ଗ ହିଂଗୁଳ, ହରିତାଳ, କର୍ପୂର, ଚନ୍ଦନ ଓ କସ୍ତୁରୀ ଲଗାଯାଇ ଶୃଙ୍ଗାର କରାଯିବା ପରମ୍ପରା ରହିଛି ।