କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଆଗକୁ ଆସୁଛି କାର୍ତ୍ତିକ ମାସ । ହବିଷ୍ୟାଳିଙ୍କ ପାଇଁ ମାସ ଟିଏ । ପୁରା ଗୋଟେ ମାସ ଧରି ହବିଷ୍ୟାଳିମାନେ କରିବେ ବ୍ରତ । ପୁରୀରେ ହବିଷ୍ୟାଳିଙ୍କ ଭିଡ଼ ଜମିବ । ପୁରୀ ଶ୍ରୀମନ୍ଦିରରେ ଶୃଙ୍ଖଳିତ ହେବ କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ। ପଞ୍ଚୁକରେ ମହାପ୍ରଭୁଙ୍କ ବେଶ,ମହାପ୍ରସାଦ ଠିକ ସମୟରେ ହେବ। ହବିଷିଆଳି ଯୋଜନାରେ ୩ଟି ଅସ୍ଥାୟୀ କେନ୍ଦ୍ର କରାଯିବ। ସେବାୟତଙ୍କୁ ଦିଆଯିବ ବକେୟା ପାଉଣା। ଆଜି ପୁରୀରେ ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କାର୍ତ୍ତିକ ମାସର ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ଜିଲ୍ଲାପାଳ, ଏସ୍‌ପିଙ୍କ ସମେତ ସମସ୍ତ ନିଯୋଗର ସେବାୟତ ପ୍ରତିନିଧି ଯୋଗ ଦେଇଥିଲେ।