ବିଜେପି ନେତା ତାଜିନ୍ଦର ପାଲ୍ ସିଂହ ବଗ୍ଗାଙ୍କୁ ଗିରଫ କଲା ପଞ୍ଜାବ ପୋଲିସ
ବିଜେପି ନେତା ତାଜିନ୍ଦର ପାଲ୍ ସିଂହ ବଗ୍ଗାଙ୍କୁ ଗିରଫ କଲା ପଞ୍ଜାବ ପୋଲିସ ।
(ଦିଲ୍ଲୀ) : ବିଜେପି ନେତା ତାଜିନ୍ଦର ପାଲ୍ ସିଂହ ବଗ୍ଗାଙ୍କୁ ଗିରଫ କଲା ପଞ୍ଜାବ ପୋଲିସ । ବଗ୍ଗାଙ୍କୁ ଆଜି ସକାଳେ ତାଙ୍କ ବାସଭବନରୁ ଗିରଫ କରାଯାଇଛି। ଗତ ଦୁଇ ଦିନ ତଳେ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ବଗ୍ଗା ସମାଲୋଚନା କରିଥିଲେ, ଏହାପରେ ତାଙ୍କ ଉପରେ ପଞ୍ଜାବରେ ଏକ ମାମଲା ରୁଜୁ କରାଯାଇଥିଲା।

ପଞ୍ଜାବ ପୋଲିସ ଉପରେ ଦିଲ୍ଲୀରେ ଅପହରଣ ମାମଲା ପୁଣିଥରେ ରୁଜୁ କରାଯାଇଛି। ସେଭଳି ମୋହାଲି ପୋଲିସ ତାଜିନ୍ଦରଙ୍କ ବିରୋଧରେ ସାଇବର ସେଲ୍ରେ ମାମଲା ରୁଜୁ କରିଥିଲା, ଏହି ମାମଲାରେ ଆଜି ତାଙ୍କୁ ଗିରଫ କରାଯାଇଥିଲା। ଅନ୍ୟପକ୍ଷେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ପଞ୍ଜାବ ପୋଲିସ ଆବେଦନ କରିଛି ବଗ୍ଗାଙ୍କୁ ହରିୟାଣାର ବାହାରକୁ ଯିବାକୁ ଦିଆନଯାଉ।

କପିଲ ମିଶ୍ର ନିଜର ଟ୍ବିଟର ଆକାଉଣ୍ଟ ହାଣ୍ଡେଲରେ ଲେଖିଛନ୍ତି ଯେ, ବଗ୍ଗାଙ୍କୁ ପଞ୍ଜାବ ପୋଲିସର ୫୦ ଜଣ ଯବାନ ଘରୁ ଗିରଫ କରିଛନ୍ତି। ବଗ୍ଗା ଜଣେ ପ୍ରକୃତ ସର୍ଦ୍ଦାର, ତାଙ୍କୁ ଏଭଳି କାର୍ଯ୍ୟକଳାପ ଯୋଗେ ଡରାଇ ହେବନି କିମ୍ବା ଦୁର୍ବଳ କରିହେବନି। ଜଣେ ସଚ୍ଚା ସର୍ଦ୍ଦାରଙ୍କୁ ଏତେ ଭୟ କାହିଁକି ? ଉଲ୍ଲେଖନୀୟ ଯେ, ଗତ ମାସ ବିଜେପି ନେତା ତାଜିନ୍ଦର ପାଲ୍ ସିଂହ ବଗ୍ଗାଙ୍କ ଘରକୁ ପଞ୍ଜାବ ପୋଲିସର ଏକ ଟିମ୍ ଆସିଥିଲା।