(ଜଗନ୍ନାଥ ମହାନ୍ତି / କଟକ) : ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀଯୁକ୍ତ ଇରାଶିଷ ଆଚାର୍ୟ୍ୟଙ୍କ ନିର୍ଦ୍ଦେଶ କ୍ରମେ କଟକ ନଗର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସତ୍ୟ ବ୍ରତ ମିଶ୍ରଙ୍କ ନେତୃତ୍ୱରେ କଟକର ବିଭିନ୍ନ ୱାର୍ଡରେ ଥର୍ମାଲ ସ୍କ୍ରିନିଂ କରାଗଲା। ସରକାର କେବଳ ତାଲାବନ୍ଦ କରିଦେଇ କରୋନାକୁ ରୋକି ଦେବେ ବୋଲି ଭାବୁଥିଲା ବେଳେ ଟେଷ୍ଟିଙ୍ଗ , ଥର୍ମାଲ ସ୍କ୍ରିନିଙ୍ଗ ଦ୍ଵାରା ଉତ୍ତାପ ମାପିବା , ଟ୍ରେସିଙ୍ଗ , ଏସବୁ ଆସ୍ତେ ଆସ୍ତେ ବନ୍ଦ ହେବାରେ ଲାଗିଛି । ସରକାରଙ୍କ ଏହି ଅପାରଗତା ଓ ସିଏମସିର କରୋନା ପରିଚାଳନାରେ ସମ୍ପୂର୍ଣ୍ଣ ଅନିୟମିତତା ପଦାରେ ପଡି ଦାଣ୍ଡରେ ଗଡୁଛି। ଏବଂ କଟକରେ ଥିବା କୋଭିଡ଼ ହସ୍ପିଟାଲରେ ମଧ୍ୟ ଠିକ ଭାବେ ରୋଗୀଙ୍କୁ ଚିକିତ୍ସା କରାଯାଉନାହିଁ , ସଠିକ ତଥ୍ୟ ମଧ୍ୟ ସରକାର ପ୍ରଦାନ କରୁନାହାନ୍ତି ଏହା ଦ୍ଵାରା ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଛି। ସେଥିପାଇଁ ଆଜି କଟକ ନଗର ଯୁବମୋର୍ଚ୍ଚା ତରଫରୁ ବିଭିନ୍ନ ୱାର୍ଡ ବୁଲି ଲୋକମାନଙ୍କ ଥର୍ମାଲ ସ୍କ୍ରିନିଂ କରାଗଲା ଏବଂ ଏହି କାର୍ୟ୍ୟକ୍ରମରେ ଯୁବମୋର୍ଚ୍ଚାର ଲଢୁଆ ଯୁବସାଥୀ ଶ୍ରୀଯୁକ୍ତ ରଞ୍ଜନ କୁମାର ବେହେରା, ଅଖୟ କୁମାର ସାହୁ, ଜିତେନ୍ଦ୍ର ସାହୁ, ପ୍ରଭାତ ବାରିକ, ସାରଦା ଷଡ଼ଙ୍ଗୀ, ନାଟରାଜ ଦାସ ପ୍ରମୁଖ ଯୋଗଦେଇଥିଲେ।