ବଡଖବର ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କ ଗିରଫଦାରୀ ପ୍ରତିବାଦରେ ରାଜ୍ୟପାଳଙ୍କୁ ଦାବିପତ୍ର

କେନ୍ଦୁଝର: ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଅଞ୍ଚଳର ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟରତ ସାମ୍ବାଦିକ ଓ ବୈଦୁତିକ ଗଣମାଧ୍ୟମ ,ପ୍ରିଣ୍ଟ ଗଣମାଧ୍ୟମ ମାନେ ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ହାଟଡିହି ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଚଳିତ ବର୍ଷ ଗତମାସ ୨୯ ତାରିଖ Eowର ଅଧିକାରୀ ମାନେ ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କୁ ଯେପରି ବ୍ୟବହାର ପ୍ରଦର୍ଶନ କରି ଗିରଫ କରିଛନ୍ତି । ତାହା ଅତି ଲଜ୍ୟାଜନକ ବିଷୟ ସାଜିଛି । କୌଣସି ସ୍ୱାର୍ଥ ଓ ଚାପର ବଶବର୍ତ୍ତୀ ହୋଇ Eow ଯେପରି ହିଟଲର ଶାସନ ପ୍ରଦର୍ଶନ କରିଛି । ତାହା ଅତ୍ୟନ୍ତ ଦୁଖଦ ଏବଂ ଗୁରୁତର ପ୍ରସଙ୍ଗ ସାଜିଛି । ଗଣମାଧ୍ୟମର କଣ୍ଠରୋଧ ପାଇଁ Eow ଅପଚେଷ୍ଟା କରିଛି ଆଗାମୀ ଦିନରେ ସେମାନେ ନିଜକୁ ସୁରକ୍ଷିତ ନମଣିବା ଅର୍ଧେନ୍ଦୁ ଦାସଙ୍କୁ ଗିରଫ କରିବାରେ କଦର୍ଯ୍ୟ ପ୍ରକ୍ରିୟା ଉପରେ ଓଡିଶାର ସମସ୍ତ ସାମ୍ବାଦିକ ମାନେ ପ୍ରତିବାଦ କରିଛନ୍ତି । ଏପରି ଘଟଣାକୁ ନେଇ ସାରା ରାଜ୍ୟର ସାମ୍ବାଦିକ ମାନେ ନିନ୍ଦା ପ୍ରକାଶ କରିଛନ୍ତି । ଏନେଇ ହାଟଡିହି ଅଞ୍ଚଳର ବରିଷ୍ଠ ଓ ଯୁବ ଗଣମାଧ୍ୟମ ପ୍ରତିନଧି ବିଡିଓଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି।