ନିକ୍ ଜୋନସ ହସ୍ପିଟାଲରେ ଭର୍ତ୍ତି
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍ ଜୋନସ ହସ୍ପିଟାଲରେ ଭର୍ତ୍ତି। ବଲିଉଡ ଗାୟକ ତଥା ଅଭିନେତା ନିକ ଜୋନସଙ୍କୁ ତାଙ୍କର ନୂଆ ସୋ’ର ସେଟ୍ରେ
(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍ ଜୋନସ ହସ୍ପିଟାଲରେ ଭର୍ତ୍ତି। ବଲିଉଡ ଗାୟକ ତଥା ଅଭିନେତା ନିକ ଜୋନସଙ୍କୁ ତାଙ୍କର ନୂଆ ସୋ’ର ସେଟ୍ରେ ଆଘାତ ଲାଗିଛି। ନିକ୍ଙ୍କୁ ଆଘାତ ଲାଗିବା ପରେ ମେ ୧୫ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳତନାହିଁ କି, ନିକ୍ଙ୍କୁ କେଉଁଠାରେ ଏବଂ କେତେ ଆଘାତ ଲାଗିଛି।
ନିକ୍ ତାଙ୍କର ଏକ ସିକ୍ରେଟ ପ୍ରୋଜେକ୍ଟର ସୁଟିଂରେ ବ୍ୟସ୍ତ ଥିଲେ। ଏହି ପ୍ରୋଜେକ୍ଟକୁ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗୁପ୍ତ ରଖାଯାଇଛି। ମିଳିଥିବା ସୂଚନାନୁସାରେ, ଶନିବାର ତାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ତେବେ କୁହାଯାଉଛି କି, କିଛି ସମୟ ପରେ ନିକ୍ଙ୍କୁ ଘରକୁ ଅଣାଯିବ। ସୋସିଆଲ ମିଡିଆରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ବହୁତ ସକ୍ରିୟ ଅଟନ୍ତି।