ଘରୋଇ ବସକୁ ଟକ୍କର ଦେବ ଓଏସଆରଟିସିି

(ମମତା ସାମଲ)ରିପୋର୍ଟସଟୁଡେ: ରାଜ୍ୟବାସୀଙ୍କୁ ସୁବିଧାରେ ବସ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଅନେକ ସରକାରୀ ବସ ରହିଛି । କିନ୍ତୁ ସରକାରୀ ବସ୍ ମାଧ୍ୟମରେ ଯେ ରାଜ୍ୟବାସୀ କେତେ ଉପକୃତ ହେଉଛନ୍ତି ତାହା ସବୁ ରାଜ୍ୟବାସୀଙ୍କୁ ଜଣା । ସିଟି ବସ୍‌, ମୋ ବସ୍‌, ୱମେନ୍ ସ୍ପେଶାଲ ବସ୍ ବର୍ତମାନ ପର୍ୟ୍ୟନ୍ତ ବି ରାଜ୍ୟରେ ସବୁ ଜିଲ୍ଲାରେ ଗଡି ପାରିନି ।
ଏଭଳି ସ୍ଥିତିରେ ରାଜ୍ୟ ସରକାର ପୁଣି ନୂଆ ଯୋଜନା କରିଛନ୍ତି. ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ କାର୍ୟ୍ୟାଳୟରୁ ରାଜଧାନୀ ଭୁବନେଶ୍ୱରକୁ ସଂଯୋଗ କରିବାକୁ ଏସି ବସର ସୁବିଧା ଯୋଗାଇ ଦିଆଯିବ । ବର୍ତମାନ ଘରୋଇ ବସ୍ ସେବାକୁ ଟକ୍କର ଦେବାକୁ ରାଜ୍ୟ ସଡ଼କ ପରିବହନ ନିଗମ ତିଆରି କରିଛି ନୂଆ ବ୍ଳୁ ପ୍ରିଣ୍ଟ ଏଥିପାଇଁ ଙଝଜଞଉ ୧୭୦ଟି ନୂଆ ବସ୍ କିଣିବାକୁ ଯାଉଛି । ସବୁଠାରୁ ବଡ କଥା ହେଲା ଯେ ଏହା ମଧ୍ୟରେ ୧୦ଟି ଭଲ୍‌ଭୋ କିଣିବା ପାଇଁ ମଧ୍ୟ ଯୋଜନା ହୋଇଛି । ଯାହା ଫଳରେ ଏବେ ରାଜ ରାସ୍ତାରେ ସରକାରୀ ଭଲ୍‌ଭୋ ଗଡିବାକୁ ଯାଉଛି ।
ତେବେ ରାଜଧାନୀକୁ ଓଡ଼ିଶାର ସବୁ ଜିଲ୍ଲା ସହିତ ସଂଯୋଗ କରାଯିବା ଯୋଜନା ରହିଥିବାରୁ ଏହି ବସ୍ ଗୁହକର ନାମ ‘ରାଜଧାନୀ’ ରଖାଯିବ ବୋଲି ସୂଚନା ରହିଛି ।