କରୋନାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ପ୍ରଣବ ମୁଖାର୍ଜୀ ଟ୍ୱିଟ କରି ଜଣାଇଛନ୍ତି । ସେ କହିଛନ୍ତି, ଆଜି ତାଙ୍କର ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିଛି। ଅନ୍ୟ କାମ ପାଇଁ ଡାକ୍ତରଖାନା ଗସ୍ତରେ ଆସିଥିବା ବେଳେ ଆଜି ତାଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ୍ ଆସିଛି। ଗତ ସପ୍ତାହରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସଂଗରୋଧରେ ରହିବାକୁ ପ୍ରଣବ ଅନୁରୋଧ କରିବା ସହ ସେମାନଙ୍କୁ ପରୀକ୍ଷ।। କରାଇ ନେବାକୁ ପରାମର୍ଶ ଦେଇଛନ୍ତି ।