ଦୁଇ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଏହି ଅବସରରେ ସେ ପୁରୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି।

(ଭୁବନେଶ୍ୱର) : ଚଳିତ ମାସ ୧୯ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଅବସରରେ ସେ ପୁରୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଏନେଇ ପ୍ରସ୍ତୁତି କକ୍ଷରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କିପରି ରହିବ ସେନେଇ ସମୀକ୍ଷା କରାଯାଇଛି ।

ସୂଚନାନୁଯାୟୀ , ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପୁରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ୨୦ ତାରିଖ ପୂର୍ବାହ୍ନରେ ବଡ଼ଦାଣ୍ଡ ସ୍ଥିତ ଗୌଡ଼ୀୟ ମଠର ପ୍ରତିଷ୍ଠା ଦିବସରେ ମଧ୍ୟ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।