ଚଟାପଟ ପନୀର ମଶରୁମ ପଲାଉ

(ରିପୋର୍ଟସ ଟୁଡ଼େ) ପଲାଉ ଛୋଟରୁ ବଡ଼ ସମସ୍ତେ ପ୍ରାୟ ଭଲ ପାଆନ୍ତି ।ବିଶେଷ କରି ଛୋଟ ପିଲା ବହୁତ ଭଲ ପାଆନ୍ତି । ଆସନ୍ତୁ ତିଆରି କରିବା ମନ ପସନ୍ଦର ସ୍ୱାଦିଷ୍ଟ ମଶରୁମ ପଲାଉ ।

ଆବଶ୍ୟକୀୟ ସାମଗ୍ରୀ ;
ବାସୁମତୀ ଚାଉଳ ୨ କପ୍
ବଟନ ମଶରୁମ ଏକ କପ
ଛୋଟ ଛୋଟ ଖଣ୍ଡ ପନିର ଏକ କପ୍
ପିଆଜ ଚୁନା ଚୁନା କଟା ୨ ଟି
ବିଲାତି ପେଷ୍ଟ
ଗରମ ମସଲା ପାଉଡର ଏକ ବଡ ଚାମଚ
ଅଦା- ରସୁଣ ବଟା ଏକ ଚାମଚ
ଘିଅ ୫ ଚାମଚ
ଧନିଆ ପତ୍ର ଏକ ଚାମଚ
ପୁଦିନା ଏକ ଚାମଚ
ଅଳ୍ପ ଡାଳ ଚିନି
ଲବଙ୍ଗ ଓ ଗୁଜୁରାତି, କାଜୁ ବଟା ୨ ଚାମଚ ଏବଂ ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ;
ଚାଉଳକୁ ଧୋଇ ଅଧ ଘଂଟା ବତୁରାଇ ରଖନ୍ତୁ । କଡେଇରେ ଦୁଇ ଚାମଚ ଘିଅ ପକାଇ ଗରମ କରି ସେଥିରେ ଗୋଟା ମସଲାକୁ ସାମାନ୍ୟ ଭାଜନ୍ତୁ । ଏହାପରେ ସେଥିରେ କଟା ହୋଇଥିବା ପିଆଜକୁ ପକାଇ ଭାଜନ୍ତୁ । ତା ପରେ ସେଥିରେ ଅଦା- ରସୁଣ ବଟା ଓ ବିଲାତି ପେଷ୍ଟ ପକାଇ କଷନ୍ତୁ । ମସଲାରୁ ବାସ୍ନା ଆସିଲେ ସେଥିରେ ମଶରୁମ୍, ପନୀର କ୍ୟୁବ୍ ଏବଂ ଗରମ ମସଲା ପାଉଡର ପକାନ୍ତୁ । କାଜୁ ବଟା ,ଏକ କପ୍ ପାଣି ଓ ଲୁଣ ମିଶାନ୍ତୁ । ହାଲୁକା ଆଂଚ କରି ଅଳ୍ପ ସମୟ ବସାଇ ମସଲାକୁ ଟିକେ ବହଳିଆ ରଖନ୍ତୁ । ପଲାଉ କରିବା ପାଇଁ ବଳକା ଥିବା ଘିଅ ଆଉ ଏକ ପାତ୍ରରେ ଗରମ କରି ସେଥିରେ ବଳକା ଥିବା ପିଆଜ ଭାଜନ୍ତୁ । ଏଥର ଚାରି କପ୍ ପାଣି ଓ ଅଳ୍ପ ଟିକେ ଲୁଣ ପକାଇ ଗୋଳାନ୍ତୁ । ଭାତ ହୋଇଯିବା ପର୍ୟ୍ୟନ୍ତ ରାନ୍ଧନ୍ତୁ । ଆଉ ଏକ ବଡ ହାଣ୍ଡି ନେଇ ଭାତ ଏବଂ ଆଗରୁ ପ୍ରସ୍ତୁତ ହୋଇଥିବା ପନିର ଓ ମଶରୁମ ମସଲା ଭଲ କରି ଗୋଳାଇ ହାଲକା ଆଂଚରେ ଅଳ୍ପ ସମୟ ବସାନ୍ତୁ । ବାସ୍ନା ଆସିଲେ ଗ୍ୟାସରୁ ଓହ୍ଲାଇ କାଢି ଆଣି ପରଷନ୍ତୁ । ଆପଣଙ୍କର ହେଇଗଲା ସ୍ୱାଦିଷ୍ଟ ପଲଉ ।