(ରିପୋର୍ଟସଟୁଡେ): ଆମ୍ବ,ଲେମ୍ବୁ,ଲଙ୍କା,ଅଳାଁ,ବରକୋଳି,ରସୁଣ ଆଦି ଆଚାର ପ୍ରସ୍ତୁତ ହେଉଥିବା ନେଇ ଆପଣମାନେ ଜାଣିଥିବେ । ଆପଣ କେବେ ବାଇଗଣ ଆଚାର ବିଷୟରେ ଶୁଣଛନ୍ତି । ବାଇଗଣ ଆଚାର ପ୍ରସ୍ତୁତି ଖୁବ ସହଜ ହେବା ସହ ଏହାକୁ ଅତ୍ୟନ୍ତ ସ୍ୱାଦିଷ୍ଟ । ଯାହାକୁ ଆପଣ ବର୍ଷ ବର୍ଷ ତମାମ ରଖି ଖାଇ ପାରିବେ । ତେବେ ଡେରି ନକରି ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ବାଇଗଣ ଆଚାର ।
ଆବଶ୍ୟକୀୟ ସାମଗ୍ରୀ: ଗୋଟେ ବାଇଗଣ,ଅଧା ଚାମଚ ପାନ ମଧୁରୀ,ଗୋଟେ ଚାମଚ ହଳଦୀ ଗୁଣ୍ଡ, ୫ଚାମଚ ଭିନେଗାର,ଗୋଟେ କପ ଚିନି,ଗୋଟେ ଚାମଚ ଜିରା ଗୁଣ୍ଡ,ଗୋଟେ ଚାମଚ ସୋରିଷ,ସୋରିଷ ତେଲ,ଗୋଟେ ଚାମଚ ଫୁଟଣ, ସ୍ୱାଦ ଅନୁସାରେ ଲୁଣ ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ବାଇଗଣକୁ ଛୋଟଛୋଟ ଖଣ୍ଡରେ କାଟି ନିଅନ୍ତୁ । ଏବେ ଗୋଟେ ପ୍ୟାନ ବସାଇ ତେଲ ଗରମ କରନ୍ତୁ । ଏବେ ସେଥିରେ ପଞ୍ଚ ଫୁଟଣ ଓ ପାନ ମଧୁରୀ ଦିଅନ୍ତୁ । ସେଥିରେ ବାଇଗଣ ଖଣ୍ଡ ଦିଅନ୍ତୁ । ଏବେ ଗୋଟେ ଗୋଟେ କରି ମସଲା ଗୁଡିକୁ ପକାନ୍ତୁ ଓ ଧୀର ଆଞ୍ଚରେ ବସାନ୍ତୁ । ଅଳ୍ପ ସମୟ ପାଇଁ ଘୋଡାଇ ଦିଅନ୍ତୁ । ବାଇଗଣ ସିଝିଲା ପରେ ସେଥିରେ ଭିନେଗାର ଓ ଚିନି ଦିଅନ୍ତୁ । ତେଲ ଛାଡି ଛାଡି ଆସିଲେ ଗ୍ୟାସ ବନ୍ଦ କରି ଦିଅନ୍ତୁ । ଥଣ୍ଡା ହୋଇଗଲେ କାଚ ବୋତଲରେ ଭରି ଦିଅନ୍ତୁ ।