ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ ସେବାରେ ୨୫ ବର୍ଷର ସଫଳ ଓ ଗୌରବମୟ ଯାତ୍ରାକୁ ସ୍ମରଣ କରି ଆସନ୍ତା ୧୭ ତାରିଖରୁ ମୋଦୀଙ୍କ ଜନ୍ମ ତିଥି ଅବସରରେ ଆରମ୍ଭ ହୋଇ ଏକମାସ ଚାଲିବ ‘ସେବା ସଂକଳ୍ପ ଅଭିଯାନ’ । ଏଥିପାଇଁ ସରକାରୀ କଳ ଠାରୁ ଆରମ୍ଭ କରି ସରକାରୀ ଦଳ ଯାଏଁ ସବୁ ସ୍ତରରେ ଚାଲିଛି ପ୍ରସ୍ତୁତି। ଗୁଣପୁର ନିର୍ବାଚନମଣ୍ଡଳୀ ର କର୍ମି ମାନଙ୍କୁ ନେଇ ଆଜି ସ୍ଥାନୀୟ ଟାଉନ ହଲ୍ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କିଭଳି ଦ୍ବୀପ ଦାନ ଅଭିଯାନ ହବ, ରଙ୍ଗୋଲି ହବ, ଗାଁ ଗାଁ ରେ ନାଟକ ହବ, ଅଙ୍ଗନୱାଡି କେନ୍ଦ୍ର ମାନଙ୍କର କି ପ୍ରକାର କାର୍ଯ୍ୟକ୍ରମ ହବ, ପରିବର୍ତ୍ତନ କଣ ଆସିଛି ସେନେଇ କିଭଳି ସଚେତନ କରାଯିବ ସେ ସମ୍ପର୍କରେ ବିଶୃତ ଭାବେ ଆଲୋଚନା ହୋଇଥିଲା।