କରଜରୁ ମୁକ୍ତି ପାଇବା ପାଇଁ ପ୍ରଭୁ ହନୁମାନଙ୍କ ନିକଟରେ ଲଡୁ ଭୋଗ କରନ୍ତୁ

0

ବ୍ୟୁରୋ: ପ୍ରଭୁ ହନୁମାନ, ଗଣେଶଙ୍କ ନିକଟରେ ବୁନ୍ଦି ଲଡ଼ୁକୁ ବିଶେଷ ଭାବେ ଭୋଗ କରାଯାଇଥାଏ । ଏହା ଦ୍ୱାରା ଭଗବାନ ପ୍ରସନ୍ନ ହୋଇଥାଆନ୍ତି ବୋଲି ମାନ୍ୟତା ରହିଛି । ବୁନ୍ଦି ଲଡ଼ୁ ପୂଜାପାଠରେ ଭୋଗ କରିବା ପାଇଁ ବ୍ୟବହାର କରିବା ସହ ଏହା ଖାଇବାକୁ ମଧ୍ୟ ବହୁ ସ୍ୱାଦିଷ୍ଟ ଲାଗିଥାଏ । ମାତ୍ର ଏହି ବୁନ୍ଦି ଲଡ଼ୁର କେତେକ ବ୍ୟବହାର ଦ୍ୱାରା ଅ ।ମ ଜୀବନର ବହୁ ସମସ୍ୟା ଦୂର ହୋଇଥାଏ ।

ଜାଣନ୍ତୁ କିପରି କରିବେ ଏହି ବୁନ୍ଦି ଲଡ଼ୁର ବ୍ୟବହାର:

ନିଜ ମନ ପସନ୍ଦର ଜୀବନସାଥୀ ପାଇବା ପାଇଁ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ବୁନ୍ଦିର ଲଡ଼ୁକୁ ହନୁମାନଙ୍କ ପାଖରେ ଭୋଗ କରି ଏହାକୁ ବାଣ୍ଟି ଦିଅନ୍ତୁ । ଏପରି କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ । ବହୁ ଦିନ ଧରି କାର୍ଯ୍ୟ ଲାଗି ରହିଥିଲେ ମଧ୍ୟ ସଫଳତା ମିଳୁନଥିଲେ, ପ୍ରଭୁ ହନୁମାନଙ୍କ ମନ୍ଦିରରେ ବୁନ୍ଦି ଲଡ଼ୁରେ ତୁଳସୀପତ୍ର ପକାଇ ଭୋଗ କରନ୍ତୁ । ଏହା ପରେ ଏହି ଭୋଗକୁ ବାଣ୍ଟି ଦିଅନ୍ତୁ । କରଜରୁ ମୁକ୍ତି ପାଇବା ପାଇଁ ମଧ୍ୟ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ନିକଟରେ ବୁନ୍ଦି ଲଡ଼ୁ ଭୋଗ କରନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜାତକରେ ମଙ୍ଗଳ ଗ୍ରହ ଦୁର୍ବଳ ଥିଲେ ବ୍ୟକ୍ତିର ଆତ୍ମବିଶ୍ୱାସ ମଧ୍ୟ ଦୁର୍ବଳ ହୋଇଯାଏ । ଏହାକୁ ସୁଦୃଢ କରିବା ପାଇଁ ପ୍ରତି ମଙ୍ଗଳବାର ବୁନ୍ଦିର ଲଡ଼ୁ ଦାନ କରନ୍ତୁ । ଏହି ସମସ୍ୟାର ସମାଧାନ ହୋଇଥାଏ । ଅ ।ତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ । ଯେକୌଣସି ପରୀକ୍ଷା ଦେବାକୁ ଯିବାକୁ ପୂର୍ବରୁ ହନୁମାନଙ୍କ ମନ୍ଦିରକୁ ଯାଇ ଲଡ଼ୁ ଭୋଗ କରି ଏହାକୁ ନିଜେ ଖାଆନ୍ତୁ । ପରୀକ୍ଷାରେ ଶୁଭଫଳ ମିଳିବ ।