ଜୀବନ ବଞ୍ଚାଇବାକୁ ଆସି ପ୍ରବାସୀଙ୍କ ଜୀବନ ଚାଲିଗଲା
କରୋନା କାଳରେ ଜୀବନ ବଞ୍ଚାଇବାକୁ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରୁଥିବା ବେଳେ ଅଧା ରାସ୍ତାରେ ପ୍ରବାସୀଙ୍କ ଜୀବନ ଚାଲିଯାଇଛି । ତେବେ ଭୟରେ
(ଭଦ୍ରକ) : କରୋନା କାଳରେ ଜୀବନ ବଞ୍ଚାଇବାକୁ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରୁଥିବା ବେଳେ ଅଧା ରାସ୍ତାରେ ପ୍ରବାସୀଙ୍କ ଜୀବନ ଚାଲିଯାଇଛି । ତେବେ ଭୟରେ ବସ୍ ଭିତରେ ଥିବା ଅନ୍ୟ ପ୍ରବାସୀମାନେ ଓହ୍ଲାଇ ଚାଲି ଯାଇଥିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ ।
ସୂଚନାନୁଯାୟୀ , କୋଏମ୍ବାଟୁରରୁ ପ୍ରବାସୀଙ୍କୁ ନେଇ ପଶ୍ଚିମବଙ୍ଗ ଯାଉଥିଲା ବସ । ହଠାତ ଭଦ୍ରକ ଜିଲା ବନ୍ତ ଛକ ନିକଟରେ ଜଣେ ପ୍ରବାସୀଙ୍କ ବସ୍ ଭିତରେ ଜୀବନ ଚାଲି ଯାଇଥିଲା । ଫଳରେ ଭୟରେ ଅନ୍ୟ ପ୍ରବାସୀମାନେ ଓହ୍ଲାଇ ଚାଲି ଯାଇଥିଲେ । ବନ୍ତ ଛକ ନିକଟରେ ଅଟକି ରହିଛି ବସ୍ । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।