ଭୁବନେଶ୍ୱରରେ ପ୍ରବାସି ଭାରତୀୟ ଦିବସ ପାଇଁ ଲଞ୍ଚ ହେଲା ୱେବସାଇଟ । ଆଜି ଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଉପସ୍ଥିତିରେ ଏହି ୱେବସାଇଟ ଲଞ୍ଚ ହୋଇଛି । ଆସନ୍ତା ୨୦୨୫ ଜାନୁୟାରୀ ୮ରୁ ୧୦ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବ ଭାରତୀୟ ଦିବସ ଉତ୍ସବ । ଏହି ଉତ୍ସବ ରେ ପାଖାପାଖି ୭ ହଜାର ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଏହି ଉତ୍ସବରେ ଯୋଗ ଦେଇପାରନ୍ତି । ତେବେ ୧୮ ତମ ସଂସ୍କରଣରୁ ଓଡିଶାକୁ ଅନେକ ଫାଇଦା ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।