ମୁମ୍ବାଇ: ଓସମାନାବାଦରେ ଲଗାଣ ବର୍ଷାରେ ହୋଇଥିବା ଫସଲହାନୀକୁ ୧୯୯୩ ମସିହାର ଭୂମିକମ୍ପ ସହ ତୁଳନା କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଲଗାଣ ବର୍ଷା ଯୋଗୁଁ ଫସଲ କ୍ଷୟକ୍ଷତି ଯଥେଷ୍ଟ ଅଧିକ ରହିଛି ଓ ସେ ଦୃଷ୍ଟିରୁ ମହାରାଷ୍ଟ୍ର ସରକାରଙ୍କ ପାଇଁ ଋଣ ନିୟମରେ ପରିବର୍ତ୍ତନ ଆଣିବା ଭିନ୍ନ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଓସମାନାବାଦ ଜିଲ୍ଲାର ତୁଲଜାପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପାୱାର କହିଛନ୍ତି,।
ଲଗାଣ ବର୍ଷାରେ ବ୍ୟାପକ ଫସଲ କ୍ଷତି ଘଟିଛି । ବର୍ଷା କୃଷକମାନଙ୍କର ବ୍ୟାପକ କ୍ଷତି ଘଟାଇଛି ଓ ସେ ଦୃଷ୍ଟିରୁ ସେମାନଙ୍କୁ ଏହି ସଂକଟ ଅବସ୍ଥାରୁ ମୁକୁଳାଇବା ଅତ୍ୟନ୍ତ ଅପରିହାର୍ୟ୍ୟ। ସେ ଦୃଷ୍ଟିରୁ ଫସଲବୀମା ଯୋଜନାର ନିୟମରେ ପରିବର୍ତ୍ତନ ଆଣିବାର ଆବଶ୍ୟକ ହୋଇଛି । ପାୱାର ଆହୁରି କହିଛନ୍ତି, ଓସମାନାବାଦର ଆଖୁ ଫସଲ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।