ଭର୍ଚ୍ଚୁଆଲରେ ୬ଟି ଥାନାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

(ସରୋଜ କୁମାର ରାଉତ/ଭୁବନେଶ୍ୱର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ରାଜ୍ୟର ୬ଟି ଥାନାର ଉଦଘାଟନ କରିଛନ୍ତି । ଭର୍ଚ୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୂବନେଶ୍ୱରରେ ଭରତପୁର ଥାନାର ଉଦଘାଟନ ଖଣ୍ଡଗିରି ଥାନାରେ ହୋଇଛି । ଏହାସହ ଭଦ୍ରକର ସାବରଙ୍ଗ ଏବଂ ପିରହାଟ ଥାନା, ଅନୁଗୁଳ ସଦର, ଗଞ୍ଜାମର ବେଲଗୁଣ୍ଠା ଓ ଝାରସୁଗୁଡା ସଦର ଥାନାର ଉଦଘାଟନ ମୁଖ୍ୟମନ୍ତ୍ରୀ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ଅଶୋକ ପଣ୍ଡା, ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ, ପୋଲିସ ଡିଜି ଅଭୟ, ଅତିରିକ୍ତ ଡିଜି, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ, ଉମାଶଙ୍କର ଦାସଙ୍କ ସହ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।