ବାରାହା ମାଂସ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ

କଳାହାଣ୍ଡି: କେସିଙ୍ଗା ବନ ବିଭାଗର ବଡ ସଫଳତା । ଏକ କୁଇଣ୍ଟାଲ ବାରାହା ମାଂସ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ ।  ଗିରଫ ହୋଇଥିବା ଦୁଇ ଶିକାରୀ ଙ୍କ ମଧ୍ୟରୁ ଜଣେ ନିକଟ ପଲସା ପଡ଼ା ର ବେଣୁ ମାଝୀ ଓ ଅନ୍ୟ ଜଣେ  ସିଂଝରନ୍  ଗ୍ରାମର ଉମାକାନ୍ତ ମାଝୀ ବୋଲି ଯାହା ସୂଚନା ରହିଛି । ଦୁଇ ଅଭିଯୁକ୍ତ ଙ୍କ ଠାରୁ ଏକ କୁଇଣ୍ଟାଲ ବାରାହା ମାଂସ ଜବତ କରିବା ସହିତ ଦୁଇଟି  ମଟରସାଇକେଲ  ମଧ୍ୟ ଜବତ କରିଛି ବନ ବିଭାଗ ।  ଏହି ଘଟଣାରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି କି ନାହିଁ ସେ ବିଷୟ ରେ ବନବିଭାଗ ତଦନ୍ତ ଜାରି ରଖିଛି ଓ ଯେଉଁ ମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ  ଖୁବ ଶୀଘ୍ର ଧରା ଯିବ ବୋଲି ACF ପ୍ରଭାତୀ ଶେଠ୍ ସୂଚନା ଦେଇଛନ୍ତି ।