ଅଭିଯୁକ୍ତକୁ ଗିରଫ ଦାବିରେ ଶତାଧିକ ଗ୍ରାମବାସୀଙ୍କ ପୁଲିସ ଥାନା ଘେରାଉ

(ଜ୍ୟୋତିରଞ୍ଜନ ଧର/ କଣିହାଁ) : ପୁଲିସ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇବା ଅଭିଯୋଗରେ ଶତାଧିକ ଗ୍ରାମବାସୀ ସମଲ ଥାନା ଆଗରେ ଧାରଣାରେ ବସିଛନ୍ତି । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସମଲ ଥାନା ଫାଟକ ସମ୍ମୁଖରେ ବୁଧବାର ରାତି ୮ଟାରେ ଗହମ ଗ୍ରାମବାସୀ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ଏବଂ ଅଭିଯୋଗର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏତଲା କପି ନମିଳିବାରୁ ଧାରଣାରେ ବସିଥିବା ଜଣାଯାଇଛି । ତେବେ ଗତକାଲି ରାତି ୧ଟାରେ ଏତଲା କପି ମିଳିବା ଓ ଅଭିଯୁକ୍ତ ବିରୋଧରେ ପୁଲିସ କାର୍ୟ୍ୟାନୁଷ୍ଠାନ ନେବା ପାଇ ପ୍ରତିଶୃତି ଦେବା ପରେ ଧାରଣା ସ୍ଥଗିତ କରିଥିଲେ ଗ୍ରାମବାସୀ । ଧାରଣାକାରୀଙ୍କ ଅଭିଯୋଗ ମୁତାବକ ଗତକାଲି (ମଙ୍ଗଳବାର) ସମଲ ଥାନା ଗହମ ଗ୍ରାମବାସୀ ପକ୍ଷରୁ ସେହି ଗ୍ରାମର ଜୈନେକ ବ୍ୟକ୍ତି ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ୍ ଏତଲା କପି ଗ୍ରାମବାସୀଙ୍କୁ ଦେଇନଥିବା ବେଳେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନନେଇ ଚୁପ୍ଚାପ ବସିରହିଥିଲା । ଫଳରେ ଗ୍ରାମବାସୀ ଗତକାଲି ସଂଧ୍ୟା ୭ଟାରୁ ସମଲ ଥାନାକୁ ଆସି ଏତଲା କପି ନେବା ପାଇଁ ଅଡିବସିଥିଲେ । କିନ୍ତୁ ଥାନା ପୁଲିସ୍ ଗ୍ରାମବାସୀଙ୍କୁ ଥାନା ଗେଟ୍ ବାହାରେ ଛିଡା ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ଏତଲା କପି ନନେଲେ ଯିବେ ନାହିଁ ବୋଲି ଅଡିବସିଥିଲେ । ଶେଷରେ ପୁଲିସ୍ ସେମାନଙ୍କୁ ଠେଲାପେଲା କରି ଫାଟକ ବାହାରକୁ ତଡି ଦେଇଥିଲା ବୋଲି ଧାରଣାକାରୀ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି, ଗାଁ ନିକଟରେ ଏକ ଟ୍ରେନ୍ ଲାଇନ କାର୍ୟ୍ୟ କରୁଥିବା ଠିକା ସଂସ୍ଥା ଗ୍ରାମକୁ ସିଏସଆର ବାବଦ ୩୧ହଜାର ଟଙ୍କା ପ୍ରଦାନ କରିଥିଲା । ଉକ୍ତ ଟଙ୍କାକୁ ଅଭିଯୁକ୍ତ ଜଣକ ଠିକାସଂସ୍ଥା ଠାରୁ ଆଣିବା ପରେ ଅଭିଯୁକ୍ତ ଧରା ଛୁଆଁ ନଦେବାରୁ ଗ୍ରାମ ସଭାପତିଙ୍କ ତତ୍ୱାବଦ୍ଧାନରେ ଏକ ବୈଠକ ବସିଥିଲା । ତେବେ ଅଭିଯୁକ୍ତ ଜଣକ ବୈଠକରେ ଆଉମାତ୍ର ୧୫ହଜାର ଟଙ୍କା ମୋ ପାଖରେ ଅଛି ଓ ୧୬ହଜାର ଟଙ୍କା ଥାନା ବାବୁକୁ ଦେଜଥିବା ସର୍ବ ସମୁଖରେ କହିଥିଲେ। ଗ୍ରାମବାସୀ ୩୧ହଜାର ଟଙ୍କା ଜିଦ୍ ଧରିଥିଲେ । ତେବେ ଉକ୍ତ ବୈଠକରେ ଅଭିଯୁକ୍ତ ଜଣକ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଟଙ୍କାଟିଏ ମୁଁ ଦେବି ନାହିଁ ବୋଲି ରୋକଠୋକ୍ ଶୁଣାଇ ଥିଲା । ଏହି ଘଟଣା ନେଇ ଗ୍ରାମବାସୀ ଅଭିଯୋଗ କରିବା ଧାରଣାରତ ପ୍ରକାଶ କରିଛନ୍ତି । ଘଟଣା ସମ୍ପର୍କରେ ଥାନା ଆଇଆଇସିଙ୍କୁ ଯୋଗାଯୋଗ କରାଯାଇଥିଲା ବେଳେ ଫୋନ ରିସିଭ କରିନଥିଲେ । ଗ୍ରାମ ସଭାପତି ବେଣୁଧର ସାହୁ, ପ୍ରାଣବନ୍ଧୁ ସାହୁ, ଅର୍ଜୁନା ପ୍ରଧାନ,ପିତାମ୍ବରସାହୁ, ଦିଗାମ୍ବର ସାହୁ ସମେତ ଗ୍ରାମର ୩୫ରୁ ଉର୍ଦ୍ଧ୍ୱ ବୟୋଜ୍ୟଷ୍ଠ ଲୋକେ ଏହି ଧାରଣାରେ ସାମିଲ ଥିଲେ । ସବୁଠାରୁ ଆଶ୍ଚର୍ୟ୍ୟର ବିଷୟ କି ଅଭିଯୁକ୍ତ ଜଣକ ଥାନାକୁ ଗତକାଲି ଥାନାକୁ ଆସିଥିଲା ବେଳେ ପୁଲିସ ଛାଡିଦେଇ ଥିଲା । ଏତଲାରେ ସିଧା ସଳଖ ଗାଁର ଟଙ୍କାରୁ ୧୬ହଜାର ଟଙ୍କା ପୁଲିସ ବାବୁଙ୍କୁ ଦେଇଥିବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଅଧିକାଂଶ ଲୋକ ବୟୋଜ୍ୟଷ୍ଠ ଧାରଣାରେ ସାମାଜିକ ଦ୍ୱରତାକୁ ପାଳନ କରି ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।