ସୁସ୍ଥ ହୋଇଥିବା ପୁଲିସ କୋଭିଡ ଯୋଦ୍ଧାଙ୍କ ସହ ପୁଲିସ ଡିଜିଙ୍କ ଆଲୋଚନା

ଭୁବନେଶ୍ୱର: ଆଜି ଅପରାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶ ଅଭୟ କରୋନାରୁ ସୁସ୍ଥ ହୋଇଥିବା ପୁଲିସ କୋଭିଡ ଯୋଦ୍ଧାଙ୍କ ସହ କଟକରୁ ଭିଡିଓ କନଫେରେନ୍ସ ମାଧ୍ୟମରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ୧୪ ଜିଲ୍ଲାର ପୁଲିସ କୋଭିଡ ଯୋଦ୍ଧା ଭାଗ ନେଇଥିଲେ । ଆରକ୍ଷୀ ମହାନିର୍ଦ୍ଦେଶକ ଏହି ଅବସରରେ କୋଭିଡ ଯୋଦ୍ଧାଙ୍କୁ ଜଣାଇବା ସହ ଲୋକସେବା ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଓ ସମର୍ପଣ ମନୋଭାବ ପାଇଁ ପ୍ରଶଂସା କରିଥିଲେ ।
ଏହି ଆଲୋଚନା ସମୟରେ ବହୁ କୋଭିଡ ଯୋଦ୍ଧା ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଏଥିସହ ଭବିଷ୍ୟତରେ ସେମାନେ ପୂର୍ଣ୍ଣ ଦୃଢତା ଓ ସମର୍ପଣ ମନୋଭାବ ସହ କାର୍ଯ୍ୟ ସମ୍ପାଦନ କରିବେ ବୋଲି ପ୍ରଶ୍ରୁତି ଦେଇଥିଲେ । ଏହି ଭିଡିଓ ଆଲୋଚନାରେ କଟକ, ଅନୁଗୁଳ, ବ୍ରହ୍ମପୁର, ବଲାଙ୍ଗୀର, ଗଜପତି, ଗଞ୍ଜାମ, କୋରାପୁଟ, ମୟୁରଭଞ୍ଜ, ମାଲକାନଗିରି, ନୟାଗଡ, ପୁରୀ ଓ ରାଉରକେଲାର ପୁଲିସ କର୍ମକର୍ତ୍ତା ଯୋଗ ଦେଇଥିଲେ ।