(ରିପୋର୍ଟରସ ଟୁଡେ, ଭୁବନେଶ୍ୱର): ଘରେ ପଶି ଚୋରି କଲା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡିଲା ଲେଡି ଲୁଟେରା । ଆଜି ଭୁବନେଶ୍ୱର ଆଇଆରସି ଭିଲେଜରେ ଗୋଟିଏ ଲେଡି ଲୁଟେରା ଜଣଙ୍କ ଘରେ ପଶି ମୋବାଇଲ୍ ଚୋରି କଲା ବେଳେ ସ୍ଥାନୀୟ ଲୋକ ମାନେ କାବୁ କରିଛନ୍ତି । ଏନେଇ ସ୍ଥାନୀୟ ଲୋକଙ୍କ ଦ୍ୱାରା ଖବର ପାଇ ଲେଡି ଲୁଟେରାଙ୍କୁ ପିସିଆର ଭ୍ୟାନ ଥାନାକୁ ନେଇଛି । ସୁଚନା ଯେ ଉକ୍ତ ମହିଳା ଲୁଟେରା ଜଣକ ଆଇଆରସି ଭିଲେଜର ଜଣଙ୍କ ଘରେ ଚୋରି କରିବା ପାଇଁ ପଶିଥିଲେ । ଠିକ୍ ସେତେବେଳେ ସେହି ଘରର ଲୋକ ମାନେ ଜାଣି ପାରି ତାକୁ ଘରେ ତାଲା ପକାଇ ଦେଇଥିଲେ । ତାପରେ ସ୍ଥାନୀୟ ଲୋକଙ୍କୁ ଡାକି ଧରାଇ ଦେଇଥିଲେ । ଲୋକେ ପଚାରିବାରୁ ଲୁଟେରା ଜଣକ ତାଙ୍କୁ ଛାଡି ଦେବାକୁ ନେହୁରା ହୋଇଥିଲେ ଏବଂ ସେ ନିଜର କୌଣସି ପରିଚୟ ଦେଇନôତଲେ ।