ପଶ୍ଚିମବଙ୍ଗରେ ପୁଲିସ ବିଜେପି ମୁହାଁମୁହିଁ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପୁଣି ଆଜି ପଶ୍ଚିମବଙ୍ଗରେ ବିଜେପି ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ମମତାଙ୍କ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ପୋଲିସ ଲୁହ ବୁହା ଗ୍ୟାସ ସହିତ ପାଣି ପ୍ରୟୋଗ କରିଥିଲା । ପୁଲିସର ଏପରି କାର୍ଯ୍ୟରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା ।
ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ ଦେଖାଦେଇଥିବା ହିଂସା ଏବେ ନିର୍ବାଚନ ପରେ ଉଗ୍ରରୂପ ନେଇଛି । । ବାରମ୍ବାର ବିଭିନ୍ନ ସ୍ଥାନରେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଉଥିବାରୁ ଏହା ପଛରେ ଟିଏମସିର ହାତ ଥିବା ଦର୍ଶାଇ ବିଜେପି ସରକାରର ବିରୋଧ ପ୍ରଦର୍ଶନ କରିଥିଲା । ପୋଲିସ ମୁଖ୍ୟାଳୟ ଆଡ଼କୁ ଅଗ୍ରସର ହେଉଥିବାବେଳେ କର୍ମୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ ।
ଏହା ପୂର୍ବରୁ ଗତକାଲି ପଶ୍ଚିମବଙ୍ଗ ଉତ୍ତର-୨୪ର ପରଗନା ଜିଲ୍ଲାର କାଙ୍ଗୀନାରାରେ ବୋମା ବିସ୍ଫୋରଣେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।