(ଶିଳାସ୍ମିତା ରାୟ)ଭୁବନେଶ୍ୱର: ଧାରା ୩୭୦ ଉଚ୍ଛେଦକୁ ନେଇ ଫ୍ରାନ୍ସ ନାଶନାଲ ଆସେମ୍ବଲିରେ ପିଓକେ ମୁଖ୍ୟ ମାସୁଦ ଖାନଙ୍କୁ ଏକ ବୈଠକ ହେବାର ଥିଲା । ପୂର୍ବରୁ ଏଥିନେଇ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ପିଓକେ ମୁଖ୍ୟଙ୍କ ସହ ଆଲୋଚନା ଫ୍ରାନ୍ସ , ଭାରତ ସମ୍ପର୍କରେ ତିକ୍ତତା ସମ୍ଭାବନାକୁ ନେଇ ପ୍ରାନ୍ସ ସରକାର ମାସୁଦଙ୍କ ଗସ୍ତକୁ ବାତିଲ କରି ଦେଇଛି ।
ଅନ୍ୟପଟେ ଅକ୍ଟୋବର ୮ରେ ବାୟୁସେନାର ପ୍ରତିଷ୍ଠା ଦିବସରେ ଫ୍ରାନ୍ସ ଭାରତକୁ ବାକି ୩୬ ଟି ଲଢୁଆ ବିମାନ ରାଫେଲ ହସ୍ତାନ୍ତର କରିବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷିରେ ଅକ୍ଟୋବର ୭ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ଯିବେ ।