ପୋଖରୀରେ ବିଷ ପ୍ରୟୋଗ, ପାଣିରେ ଭାସିଲା ୨ ଟନ୍ ମଲା ମାଛ

(ରଜନୀକକାନ୍ତ ପାତ୍ର/ ହିଞ୍ଜିଳି): ପୋଖରୀରେ ବିଷ ପ୍ରୟୋଗ । ପାଣିରେ ଭାସିଲା ୨ ଟନ୍ ମଲା ମାଛ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁରରେ ଥିବା ବିଶ୍ୱାସରାୟ ପୋଖରୀରେ । କୌଣସି ଦୁର୍ବୃତ୍ତ ବିଷ ପକାଇ ଦେବାରୁ ପୋଖରୀରେ ଥିବା ପ୍ରାୟ ୨ ଟନ ମାଛ ମରିଯାଇଥିବା ଜଣାପଡିଛି। ଘଟଣାର ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ପାଟପୁର ସରପଞ୍ଚ ଟି. ବାବୁ ସୁବୁଦ୍ଧି ପାଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ସହ ସାନଖେମୁଣ୍ଡି ବିଡ଼ିଓ ଓ ପାଟପୁର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ତେବେ କେହି ଦୁବୃର୍ତ୍ତ ଉଦ୍ଦେଶ୍ୟ ମୂଳକ ଭାବେ ଏଭଳି କାଣ୍ଡ କରିଥାଇପାରେ ବୋଲି ଅନୁମାନ କରାଯାଉଛି ।