୨୩ରେ ରିଲିଜ ହେବ ‘ପିଏମ୍‌ ନରେନ୍ଦ୍ର ମୋଦି’

ବିବେକ ଓବରୟଙ୍କ ଅଭିନୀତ ଫିଲ୍ମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି’ର ହେବାକୁ ଯାଉଛି ଡିଜିଟାଲ ରିଲିଜ୍‌ ।

(ମୁମ୍ବାଇ) : ବିବେକ ଓବରୟଙ୍କ ଅଭିନୀତ ଫିଲ୍ମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି’ର ହେବାକୁ ଯାଉଛି ଡିଜିଟାଲ ରିଲିଜ୍‌ । ଫିଲ୍ମର ଡିଜିଟାଲ ଟ୍ରେଲର ସାମ୍ନାକୁ ଆସିଛି। ଏନେଇ ଏକ ସୂଚନା ଦେଇ ବିବେକ କହିଛନ୍ତି, ମୁଁ ଆମ ପ୍ରଧାନମନ୍ତ୍ରୀଙ୍କୁ ଖୁବ୍‌ ସମ୍ମାନ ଦିଏ। ଏହା ମୋ ପାଇଁ ସମ୍ମାନର କଥା ଯେ ମୁଁ ସିନେମା ମାଧ୍ୟମରେ ତାଙ୍କ କାହାଣୀକୁ ଦୁନିଆ ସାମ୍ନାରେ ଆଣିବାରେ ସୁଯୋଗ ପାଇଛି।

ସୂଚନାନୁଯାୟୀ , ପ୍ରଧାନମନ୍ତ୍ରୀଙ୍କ ଜୀବନ ଉପରେ ଆଧାରିତ ବାୟୋପିକ୍‌ ପିଏମ୍‌ ନରେନ୍ଦ୍ର ମୋଦିର ଟ୍ରେଲର ରିଲିଜ୍‌ ହୋଇଛି। ଉମଙ୍ଗ କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ବିବେକ ଓବରୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହି ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନ ଉପରେ କିଛି ଦର୍ଶାଯାଇଛି, ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି। ସେପ୍ଟେମ୍ବର ୨୩ ତାରିଖ ଦିନ ‘ପିଏମ୍‌ ନରେନ୍ଦ୍ର ମୋଦି’ ଏମ୍‌ଏକ୍ସ ପ୍ଲେୟରରେ ରିଲିଜ୍‌ ହେବ। ଫିଲ୍ମରେ ବିବେକଙ୍କ ବ୍ୟତୀତ ମନୋଜ ଯୋଶୀ, ବରଖା ବିଷ୍ଟ, ଜରୀନା ବହାବ ଓ ବୋମନ ଇରାନୀ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହା ୨୩ ସେପ୍ଟେମ୍ବରରେ ଏମ୍‌ଏକ୍ସ ପ୍ଲେୟାରରେ ରିଲିଜ୍‌ ହେବ ।