(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରାପୁଟ ଜୟପୁରର ବାଙ୍କବିଜା ପଡ଼ିଆରେ ଆୟୋଜିତ ସଭାରୁ ଓଡ଼ିଶାରେ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିବେ । ଏନେଇ ଚଳଚଞ୍ଚଳ ହୋଇଛି ଜୟପୁର । ରାଜ୍ୟର ବରିଷ୍ଠ ନେତାଙ୍କ ସହ ସ୍ଥାନୀୟ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ । ସଭାରେ ଏକ ଲକ୍ଷରୁ ଅଧିକ କର୍ମୀ ଯୋଗ ଦେବେ ବୋଲି ଆଶା ରଖିଛି ଦଳ । ସେପଟେ ପ୍ରଧାନମନ୍ତ୍ରୀଙ୍କ ସଭା ପୂର୍ବରୁ ପୋଲିସ ଛାଉଣୀ ପାଲଟିଛି ସଭାସ୍ଥଳ । ଏସପିଜି ସୁରକ୍ଷା ବ୍ୟବସ୍ଥାରେ ବିଏସଏଫ, ଡିଭିଏଫ, ଏସଓଜି ସମେତ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କ ଅଧ୍ୟକ୍ଷତାରେ କୋରାପୁଟ ଏସପିଙ୍କ ସମେତ ୨୫ ପୋଲିସ ଅଧିକାରୀ ଓ ଅନ୍ୟ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍ତି ।