ପ୍ଲାଷ୍ଟିକ ବାଲଟି ଏବଂ ମଗ କୁ ସଫା କରିବାର ଘରୋଇ ଉପଚାର

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ପ୍ଲାଷ୍ଟିକ ବାଲଟି ଏବଂ ମଗ ପ୍ରତିଟି ଘରେ ବ୍ୟବହୃତ ହେଉଛି । ପ୍ରତିଦିନ ଏହାକୁ ବ୍ୟବହାର କରାଯାଉଥିବା ହେତୁ ଏହା ଖୁବ ଶୀଘ୍ର ମଇଳା ମଧ୍ୟ ହୋଇଯାଇଥାଏ । ତେଣୁ କରି ଏହାକୁ ଘରୋଇ ଉପାୟରେ ସଫା କରିବାର ଆବଶ୍ୟକତା ରହିଛି ।
ଅପରିଷ୍ମାର ବାଲଟି ଉପରେ ଏବଂ ତଳେ ସୁବ ଜାଗାରେ ହାରପିକ କ୍ଲିନରର କିଛି ବୁନ୍ଦା ପକାଇ ଦିଅନ୍ତୁ । ଏହାକୁ ବ୍ରସ ଦ୍ୱାରା ରଗଡ଼ି ସଫା କରନ୍ତୁ । ଧ୍ୟାନ ରଖିବେ ଅଧିକ ଜୋରରେ ରଗଡ଼ନ୍ତୁ ନାହିଁ ନଚେତ ଆପଣଙ୍କ ବାଲଟି କିମ୍ବା ଜଗ ସ୍କ୍ରାଚ୍ ହୋଇଯିବ । କୋଣସବୁ ସଫା କରିବା ପାଇଁ ଆପଣ ଟୁଥବ୍ରଶ ବ୍ୟବହାର କରି ପାରିବେ । ଯଦି ଆପଣଙ୍କ ବାଲ୍ଡି କିମ୍ବା ମଗରୁ ହାରପିକର ଗନ୍ଧ ଆସୁଛି ତେବେ ଆପଣ ଯେକୌଣସି ବାସନ ମଜା ପାଉଡ଼ର ନିଅନ୍ତୁ ଏବଂ ଏହାକୁ ମଗ ଏବଂ ବାଲଟିର ଚାରି ଆଡ଼େ ଲଗାଇ ଦିଅନ୍ତୁ । ହାଲୁକାଭାବେ ଏହାକୁ ରଗଡ଼ି ସଫା କରି ଧୋଇ ଦିଅନ୍ତୁ । ପାଣିରେ ଧୋଇବା ପରେ ପ୍ଲାଷ୍ଟିକ ବାଲଟି କିମ୍ବା ମଗକୁ କିଛି ସମୟ ଖରାରେ ଶୁଖାଇଦିଅନ୍ତୁ ।