ନିର୍ବାଚନ ଅଧିକାରୀଙ୍କୁ ପିତାମ୍ବରଙ୍କ ନାଲି ଆଖି

(ରିିପୋର୍ଟସ ଟୁଡ଼େ / ରଜନୀ କାନ୍ତ ପାତ୍ର): ବିଜେଡ଼ି ଦଳ ଏକ ଆଞ୍ଚଳିକ ଦଳ କିନ୍ତୁ ବିଜେପି ହେଉଛି ଜାତୀୟ ଦଳ । ହିଞ୍ଜିଳିରେ ନବୀନ ବାବୁ ହାରିଯାଇଛନ୍ତି । କାରଣ ଏଠାରେ ବିଜେପି ମତେ ପ୍ରାର୍ଥୀ କରାଯାଇଛି । ଏପରି କଥା କହିଛନ୍ତି ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ । ଆଜି ପୀତାମ୍ବର ପ୍ରଚାର ପାଇଁ ହିଞ୍ଜିଳି ଯାଉଥିବା ବେଳେ ନିର୍ବାଚନ ଅଧିକାରୀ ତଥା ସରକାରୀ ବାବୁଙ୍କୁ ଏପରି କହିଛନ୍ତି । ମା ଶ୍ୟାମଳାଇଙ୍କ ଆଶ୍ରିଵାଦ ନେଇ ପ୍ରଚାର କୁ ବାହାରିଥିବାବେଳେ ପୋଲିସ ସହିତ ବଚସା ହୋଇ ଥିଲା । ଯାହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆର ଘୁରି ବୁଲୁଛି ।
ରାସ୍ତାରେ ତାଙ୍କର ଗାଡି ଅଟକାଇଥିଲେ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ । ଆଉ ଯେଉଁଥିପାଇଁ ତାତି ଉଠିଥିଲେ ପୀତାମ୍ବର । ନିର୍ବାଚନ ଅଧିକାରୀ ତଥା ସରକାରୀ ବାବୁଙ୍କୁ ନାଲିଆଖି ଦେଖାଇଥିଲେ ସେ । ନିର୍ବାଚନ ଅଧିକାରୀଙ୍କ ସମେତ ପୋଲିସ ଅଧିକାରୀଙ୍କୁ କାହିଁକି ତାଙ୍କ ଗାଡି ଅଟକାଇଲ ବୋଲି ସେ ପ୍ରଶ୍ନ କରିଥିଲେ । ଏହାଛଡା ନିର୍ବାଚନ ଅଧିକାରୀଙ୍କୁ ଶାସକ ଦଳର ଚାମଚା କହିବାକୁ ପଛାଇ ନଥିଲେ ପୀତାମ୍ବର । କେବଳ ବିଜେପିର ଗାଡି ଦେଖି ଅଟକାଇବାକୁ ଆପଣଙ୍କୁ କିଏ କହିଛି? ନିର୍ବାଚନ ଅଧିକାରୀଙ୍କୁ ଏଭଳି ଅନେକ ପ୍ରଶ୍ନ ପଚାରିଥିଲେ ପୀତାମ୍ବର ।
ନିର୍ବାଚନ ପୂର୍ବରୁ ନିଜକୁ ବିଜୟୀ ପ୍ରାର୍ଥୀ ଭାବେ ଘୋଷଣା କରିବା ଏବଂ ନିର୍ବାଚନ ଅଧିକାରୀଙ୍କୁ ନାଲି ଆଖି ଦେଖାଇବା କେତେ ଦୂର ଠିକ । ଭୋଟର ଏହି ପ୍ରସଙ୍ଗକୁ କିପରି ଗ୍ରହଣ କରିବେ ତାହା ତ ଭୋଟ ଗଣତି ପରେ ହିଁ ଜଣାପଡ଼ିବ ।