(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ପିପିଲି ଟୋଲ ଗେଟରେ ମୋଟରଯାନ ବିଭାଗ ଓ ପିପିଲି ପୁଲିସ ପକ୍ଷରୁ ମିଳିତ ଭାବେ ଶୁକ୍ରବାର ରାତିରେ ଗାଡିମୋଟର ଯାଞ୍ଚ କରାଯାଇଛି। ରାତି ୧୦ଟା ସୁଦ୍ଧା ୧୨୦ଟି ଗାଡି ଯାଞ୍ଚ କରାଯାଇ ୧,୫୮,୪୫୦ଟଙ୍କା ଜରିମାନା ଆଦାୟ କରାଯାଇଛି । ବିନା ହେଲମେଟରେ ବାଇକ ଚଳାଉଥିବା ୫ ଜଣଙ୍କ ଉପରେ ଜରିମାନା ଲାଗୁ କରାଯାଇଛି। ସେହିପରି ମୋବାଇଲ ଫୋନରେ କଥା ହୋଇ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଜରିମାନା ଲାଗୁ କରାଯାଇଛି। ଅନ୍ୟପକ୍ଷରେ ଯାଞ୍ଚ ସମୟରେ ନିଶା ସେବନ କରି ଗାଡି ଚଳାଉଥିବା କୌଣସି ବ୍ୟକ୍ତି ଧରାପଡି ନାହାନ୍ତି। ସଂଶୋଧିତ ମୋଟରଯାନ ଆଇନ ଲାଗୁ ହେବା ପରେ ଯାଞ୍ଚ ଅଭିଯାନକୁ ଜୋରଦାର କରାଯାଇଛି। ଆବଶ୍ୟକ ପଡିଲେ ନିଶାଖୋର ଡ୍ରାଇଭରଙ୍କୁ ଗିରଫ କରିବା ପାଇଁ ଡିଜିପି ଡକ୍ଟର ବିଜୟ କୁମାର ଶର୍ମା ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିପିଲି ଥାନା ଅଧିକାରୀ କହିଛନ୍ତି।